info@reportersclub.in


By Reporter's Club   Aug, 20 2024,  10:08:06

ODISHA, BARAGARH, Subodh Kumar Sahu, ID NO-55030

ପ୍ରସିଦ୍ଧ ଧବଲେଶ୍ୱର ମନ୍ଦିର ହଜାର ହଜାର ଭକ୍ତ ଙ୍କ ସମାଗମ

ଆଜି ଶ୍ରାବଣ ମାସର ଶେଷ ସୋମବାର ତଥା ଶ୍ରାବଣ ପୁର୍ଣିମା l ପ୍ରସିଦ୍ଧ ଧବଲେଶ୍ୱର ମନ୍ଦିର ସୁବର୍ଣ୍ଣପୁର ଜ଼ିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ଲିଙ୍ଗମାର୍ଣ୍ଣି ଗ୍ରାମର ପୋଖରୀ କୂଳରେ ଅବସ୍ଥିତ l ଏହି ଅବସରରେ ଧବଲେଶ୍ୱର ମନ୍ଦିର ଲିଙ୍ଗମାର୍ଣ୍ଣି ଠାରେ ହଜାର ହଜାର ଭକ୍ତ ଙ୍କ ସମାଗମ ଲକ୍ଷ କରାଯାଇଛି l ଐତିହାସିକ ମାନଙ୍କ ଅନୁସାରେ ଏହି ମନ୍ଦିର ର ପ୍ରାୟ 300 ବର୍ଷ ପୂର୍ବେ ଭଗବାନ ଶିବଙ୍କର ଲିଙ୍ଗ ଆବିର୍ଭାବ ହୋଇଥିଲା l ଏହି ମନ୍ଦିରରେ ଅନେକ ବିଶେଷତ୍ୱ ଥିବା ଫଳରେ ବ୍ୟାପକ ଜନସମାଗମ ହୋଇଥାଏ l ଯେହେତୁ ଆଜି ଶ୍ରାବଣ ପୁର୍ଣିମା ବାବା ଧବଲେଶ୍ୱର ଙ୍କ ର ପାଖକୁ ସୁଦୂର ବରଗଡ, ବଲାଙ୍ଗୀର ଜିଲ୍ଲାରୁ ଅନକେ ଭକ୍ତ ଆସି ମନ୍ଦିର ନିକଟରେ ଥିବା ଧର୍ମଶାଳା ରେ ବିଶ୍ରାମ ମଧ୍ୟ ନେଇଥାନ୍ତି l ବିଭିନ୍ନ ସଂଗଠନ ମାନଙ୍କ ତରଫରୁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥାଏ l