ତାଳଚେର: ଗତକାଲି ଅଗ୍ନିରୂପା ପୁରାଣ ମହାମଞ୍ଚ ତାଳଚେର ଓ ସାକୋସିଂହା ବୋଲବମ୍ କମିଟି ମିଳିତ ଆନୁକୁଲ୍ୟରେ ୧୧ଶ ଜିଲ୍ଲା ସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ୧୬ ଖଣ୍ଡ ମୌଜା କୁ ନେଇ ବଅଁରପାଳ ବ୍ଲକ ଅନ୍ତର୍ଗତ ଶାକୋଷିଂହା କାଶୀ ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରଥମ ଦଳ ଭାବେ ସାନଯୋରଡ଼ା, ୨ୟ ଦଳ ଭାବେ ବଡଯୋରଡ଼ା, ୩ୟ ଦଳ ଭାବେ ଶାକୋଶିଂହା ଓ ୪ର୍ଥ ଦଳ ଭାବେ ବଅଁରପାଳର ପୁରିକିଆ ବିଜୟ ଲାଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵାମୀ ସ୍ୱତତ୍ରାନନ୍ଦ ସରସ୍ଵତୀ, ମହାଗୁରୁ ଭାବରେ ଗାୟକ ଉଦୟ ଭାସ୍କର ବୃନ୍ଦାବନ ପଣ୍ଡା, ହରିହର ତ୍ରିପାଠୀ, ଜ୍ଞାନଗୁରୁ ଭାବେ ଅନୁପମା ପ୍ରଧାନ ଓ ସ୍ୱର୍ଣ୍ଣପ୍ରଭା ପ୍ରଧାନ ଯୋଗ ଦେଇଥିଲେ। ସେହିପରି ବିଚାରକ ମଣ୍ଡଳୀ ଭାବେ ଗାୟକ ବିଭୂତି ଭୂଷଣ ନାଥ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ , ଲମ୍ବୋଦର ମହାପାତ୍ର ଯୋଗଦାନ କରିଥିଲେ। ସ୍କୋର ବୋର୍ଡ ରେ ରମେଶ ବାରିକ୍, ପ୍ରଶାନ୍ତ ସତପଥୀ, ସରସ୍ଵତୀ ପଟ୍ଟନାୟକ, ଦିଲ୍ଲୀପ ଭୁକ୍ତା ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶିକ୍ଷକ ସୁଶିଲ ପ୍ରଧାନ ଓ ଉପଦେଷ୍ଟା ରଞ୍ଜନ କୁମାର ଭୁକ୍ତା ମଞ୍ଚ ପରିଚାଳନା କରିଥିଲେ।ବୋଲବମ୍ କମିଟି ପକ୍ଷରୁ ପ୍ରଦୀପ ଦେହୁରୀ ଓ ଅକ୍ରୁର ନାଏକ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ ଓ ସଂଯୋଜନା କରିଥିଲେ।