info@reportersclub.in


By Reporter's Club   Sep, 14 2024,  12:09:01

ODISHA, BARAGARH, Subodh Kumar Sahu, ID NO-55030

ଚାଷୀ ବିବିଧିକରଣ ଓ ଉଦପାଦ ବଜାରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ k

 ବରଗଡ଼ ଜ଼ିଲ୍ଲା ଅମ୍ବାଭୋନା ବ୍ଲକରେ ଚାଷ ବିଭିଧିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ମହାଶକ୍ତି ଫାଉଣ୍ଡେସନ୍ ଓ ଜିଲ୍ଲା କୃଷି ବିଭାଗ ତରଫରୁ ଏକ ଚଷି ଏବଂ କ୍ରେତା ମାନଙ୍କ ମଧ୍ୟରେ ସମ୍ବନ୍ଧ ସୃଷ୍ଟି ଓ ଉତ୍ପାଦ ର ବଜାରିକରଣ କାର୍ଯକ୍ରମ ଅନୁଷ୍ଠିତ କରଜୟିଥିଲା। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଜିଲ୍ଳା ମୂଖ୍ୟ କୃଷି ଅଧିକାରୀ  ପ୍ରସନ୍ନ କୁମାର ମିଶ୍ର, ସହକାରୀ ଉଦ୍ୟାନ ଅଧିକାରୀ ଶ୍ରୀଯୁକ୍ତ ନିରାକାର ମେହେର ଏବଂ ଜିଲ୍ଲା ସ୍ତରୀୟ ପରିଚାଳକ  କୁମାର ସେଠ୍ ପ୍ରଦୀପ ପ୍ରଜ୍ଵଳନ କରି ଉକ୍ତ କାର୍ଯ୍ୟକ୍ରମ କୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆମ୍ବାଭୋନା ବ୍ଲକ୍ ର ଚିଖିଲି ଅବସ୍ଥିତ ବୃହତ୍ ଉଠାଜଳ ସେଚନ ପ୍ରକଳ୍ପ ର ଆୟକଟ ଅଞ୍ଚଳ ଯଥା ଭାଇନତୋରା, ରୁଚିଦା, କପଶିରା, ଭୁକ୍ତ ପଞ୍ଚାୟତ ରୁ ମୋଟ ୧୦୦ ଜଣ ଚାଷୀ ଏବଂ ଝାରସୁଗୁଡ଼ା, ଗାଇସିଲେଟ, ଭାଟଲି, ବରଗଡ଼ ର ଭିନ୍ନ ଭିନ୍ନ ଶସ୍ୟ ର ବ୍ୟବସାୟୀ ମାନେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚାଷୀ ମାନଙ୍କୁ ଚାଷ ସଙ୍ଗେ ସେମାନେ କିପରି ତାଙ୍କର ଉତ୍ପାଦ ଗୁଡ଼ିକୁ ବଜାରିକରଣ ଏବଂ ଗୋରୁପଲନ ସହିତ ଛତୁ ଚାଷ କରି କିପରି ଅଧିକ ଆୟ କରି ପାରିବେ ସେ ବିଷୟରେ ଆଲୋଚନା କରିଥିଲେ। ତା ପରେ ସହକାରୀ ଉଦ୍ୟାନ ଅଧିକାରୀ ଆମ୍ବାଭୋନା  ମେହେର ଏବଂ ସହକାରୀ ଉଦ୍ୟାନ ଅଧିକାରୀ ବରପାଲି  କାନ୍ତ ଭୋଇ ଉଦ୍ୟାନ ବିଭାଗ ର ଭିନ୍ନ ଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥଲେ । ବ୍ଲକ୍ କୃଷି ଅଧିକାରୀ  ବନମାଳୀ ସାହୁ ଭିନ୍ନ ଭିନ୍ନ କାଶ ରେ ହଉଥିବା ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ଡିଏଲଏମ ଶ୍ରୀଯୁକ୍ତ ସୁଶିଲ କୁମାର ସେଠ୍, ସେକ୍ରେଟାରୀ ମାହାଶକ୍ତି ଫାଉଣ୍ଡେସନ  ରୋଜାଲିନ ଭୂୟାଁ ଏବଂ  ବିଶେଷଜ୍ଞ  ରଞ୍ଜନ ସାଗର ପ୍ରଡକ୍ଟ ବଜାରିକରଣ ତାର ଉଚିତ୍ ସ୍ତର ର ଉତ୍ପାଦନ କରି ଆମ୍ଭେ ଆମ ଚାଷୀ ଉତ୍ପାଦ ସଂସ୍ଥା ଦ୍ବାରା କିପରି ସୁଚାରୁ ଏବଂ ସଠିକ୍ ମୂଲ୍ୟ ପାୟୀ କରିପାରିବା ବିଷୟରେ ଆଲୋଚନା କରିଥିଲେ । ଏହା ପରେ ଚାଷୀ ଏବଂ କ୍ରେତା ମାନଙ୍କ ମଧ୍ୟରେ ପାରସ୍ପରିକ ପ୍ରଶ୍ନୋତ୍ତର ଯୁକ୍ତି ହୋଇଥିଲା। ଆମ୍ବାଭୋନ ବ୍ଲକ୍ ର ଦୁଇଟି ଚାଷୀ ଶ୍ରୀଯୁକ୍ତ କୃଷ୍ଣ କୁମାର ପଟେଲ ଏବଂ ଘନଶ୍ୟାମ ପଧାନ୍ କୁଁ ସଫଳ ଏବଂ ଅଗ୍ରଣୀ ଅଣ ଧାନ ଚାଷୀ ଭାବରେ ସମ୍ମାନିତ କରାଗଲା ।  ଷରେପ୍ରକଳ୍ପ ପରିଚାଳକ ପ୍ରିୟମ ଲୁହା ଧନ୍ୟବାଦ ଅର୍ପଣ କରିଥିଲେ ।