info@reportersclub.in


By Reporter's Club   Jul, 02 2024,  02:07:09

ODISHA, ROURKELA, , ID NO-

ରାଉରକେଲା ରେ ହେବ ବିଗ ଫାଇଟ

ପୁଣି ଥରେ 2014 ସାଧାରଣ ନିର୍ବାଚନ ପରି ଏଥର ମଧ୍ୟ୍ୟ ରାଉରକେଲା ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳିବ ଏକ ବିଗ ଫାଇଟ l ଦୁଇ ଭେଟ୍ରାନ ଙ୍କ ମଧ୍ୟରେ ଲଢେଇ l ପୁଣି ଏଥର ହେବ ଦିଲ୍ଲୀପ-ସାରଦା ଲଢେଇ l ସାରଦା ପ୍ରସାଦ ନାୟକଙ୍କୁ ବିଜେଡ଼ି ଟିକଟ ମିଳି ସାରିଥିବା ବେଳେ ଦିଲ୍ଲୀପ ରାୟ ଙ୍କ ନାଁ ଘୋଷଣା ହୋଇଛି ବିଜେପି ରୁ l

2014 ମସିହାରେ ଦିଲ୍ଲୀପ ରାୟ ବିଜେପି ଟିକଟ ରୁ ଲଢ଼ି 59653 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସାରଦା ନାୟକ 48728 ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ l ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଭାତ ମହାପାତ୍ର ଙ୍କୁ ମାତ୍ର 10379 ଖଣ୍ଡ ଭୋଟ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା l 
ସେହିପରି 2019 ସାଧାରଣ ନିର୍ବାଚନରେ  ବିଜେଡ଼ି ପ୍ରାର୍ଥୀ ସାରଦା ନାୟକ 60707 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ନିହାର ରାୟ 50275 ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ l କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତିଙ୍କୁ ମାତ୍ର 13944 ଭୋଟ ମିଳିଥିଲା l ଅବଶ୍ୟ 2019 ମସିହାରେ ଦିଲ୍ଲୀପ ରାୟ ଓ ତାଙ୍କ ଟିମ ସମ୍ପୂର୍ଣ୍ଣ ଭାବେ ବିଜେଡ଼ି ପ୍ରାର୍ଥୀ ସାରଦା ନାୟକଙ୍କୁ ସମର୍ଥନ କରିଥିଲେ l 
2024 ରେ ପୁଣିଥରେ ସବୁ ସମୀକରଣ ବଦଳିଗଲା l ବିଜେପିରୁ ନିହାର ରାୟ ବା ଧିରେନ ସେନାପତି ଟିକଟ ପାଇବା ଆଶାରେ ଥିବାବେଳେ ହଠାତ ଦିଲ୍ଲୀପ ରାୟଙ୍କୁ ବିଜେପି ପ୍ରାର୍ଥୀ କରୁଥିବା ଶୁଣିବାକୁ ମିଳିଥିଲା l ଆଉ ଆଜି ଘୋଷଣା ମଧ୍ୟ୍ୟ ହୋଇଗଲା l ବାସ, ସବୁ କଳ୍ପନା ଜଳ୍ପନା ଉପରେ ଲାଗିଗଲା ଫୁଲଷ୍ଟପ l ସ୍ପଷ୍ଟ ହୋଇଗଲା ଗୋଟିଏ ବିଗ ଫାଇଟ ର ଚିତ୍ର l
ସାରଦା ନାୟକ ଜଣେ ଆଗ୍ରେସିଭ ଲିଡର ଭାବେ ବେଶ ଜଣାଶୁଣା l ସ୍ୱାଭାବିକ ଅଛି କି ତାଙ୍କ ପଲିଟିକାଲ ଆକାଉଣ୍ଟ ରେ ମିତ୍ରଙ୍କ ଅପେକ୍ଷା ଶତ୍ରୁଙ୍କ ସଂଖ୍ୟା ବେଶ ଭଲ ଥିବ l ଯାହାକୁ ଅଘୋଷିତ ଭାବେ ରାଉରକେଲା ରେ "ଆଣ୍ଟି-ସାରଦା" ଭାବେ ନାମିତ କରାଯାଇଛି l ଆଉ ସେ ସଂଖ୍ୟା ବି କିଛି କମ ନୁହେଁ l ଡେଭଲପମେଣ୍ଟ କଥା କୁ ଦେଖିଲେ, ଏହା ସାରଦାଙ୍କ ପାଇଁ କେବଳ ଏକମାତ୍ର ପୁଞ୍ଜି ବୋଲି ସାଧାରଣ ରେ ଚର୍ଚ୍ଚା ହୁଏ l 
ସେହିପରି ରାଉରକେଲା ରେ ଦିଲ୍ଲୀପ ରାୟ ଙ୍କ ନାଁ ହିଁ ଗୋଟେ ବଡ ଫ୍ୟାକ୍ଟର l ନିଜର ଶାନ୍ତ ସରଳ ବ୍ୟବହାର ପାଇଁ ଆଜିବି ସବୁଆଡେ ଗ୍ରହଣୀୟ ଦିଲ୍ଲୀପ l ଗୋଟେପଟେ ନିହାର-ଧିରେନ ଙ୍କ ଟିକଟ କଟି, ଦିଲ୍ଲୀପ ଙ୍କୁ ଟିକଟ ମିଳିଲା l ତେବେ ନିହାର-ଧିରେନ ଗୋଷ୍ଠି ନିର୍ବାଚନ ସମୟରେ କେତେ ଯୋଡିହେବେ ଦିଲ୍ଲୀପ ଙ୍କ ସହିତ, ତାହା ମଧ୍ୟ ଏକ ପ୍ରଶ୍ନବାଚୀ l ଅନ୍ୟ ପକ୍ଷରେ ଦେଖିଲେ "ଆଣ୍ଟି-ସାରଦା" ଗୋଷ୍ଠି ଏବେଠୁ ଧିରେ ଧିରେ ଦିଲ୍ଲୀପ ଙ୍କ ସହିତ ଯୋଡ଼ିହେବା ଆରମ୍ଭ କରିଦେଲେଣି l କିଏ ସମୁଦୀ କହି ଯୋଡି ହେଲେଣି ତ ଆଉ କିଏ ବାବୁଙ୍କ ସହିତ ଥିବା ଦୀର୍ଘ ଦିନର ବ୍ୟକ୍ତିଗତ ସମ୍ପର୍କ କୁ ଦ୍ୱାହି ଦେଇ ଯୋଡି ହୋଇ ଗଲେଣି l 
ସାରଦାଙ୍କ ଖେମାରେ "ଭାଇ ଭର୍ଷେଶ ଵାବୁ" କଥା ଚର୍ଚ୍ଚା ବେଳେ ଦିଲ୍ଲୀପ ଙ୍କ ଖେମାରେ "ମାଟି ମାଆ ପାଇଁ ଲଢେଇ" ର କଥା ରଖା ଯାଉଛି l 
ତେବେ କଂଗ୍ରେସ ଏଥିର ଓ଼ଲ୍ଡ-କାର୍ଡ ଖେଳି ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବୀରେନ୍ଦ୍ର ନାଥ ପଟ୍ଟନାୟକ ଙ୍କୁ ପ୍ରାର୍ଥୀ କରିଛି l ସ୍ୱଚ୍ଛ ଛବି ଓ ପୁରୁଣା କଂଗ୍ରେସିଆ ଭାବେ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କର ବି ଗ୍ରହଣୀୟତା ବେଶ ରହିବ ବୋଲି ମଧ୍ୟ୍ୟ ସାଧାରଣରେ ଚର୍ଚ୍ଚା ହୁଏ l 
ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ନିଶ୍ଚିତ ଭାବେ ରାଉରକେଲା ରେ ଏକ ରୋଚକ ଲଢେଇ ଦେଖିବାକୁ ମିଳିବ l ବାସ ଦେଖିବାକୁ ବାକି ରହିବ, କେଉଁ ପାଣି କୁଆଡେ ଯିବ l 
ଵାବୁଙ୍କୁ ହଟେଇ ଭାଇ ଜିତିବେ, ନାଁ "ମାଟି-ମାଆ" ର ବିଜୟ ହେବ ଏବଂ ଏ "ବିଗ-ଫାଇଟ" ରେ କଂଗ୍ରେସ ନିଜକୁ କେଉଁ ସ୍ଥାନରେ ଫିଟ କରିବାରେ ସମର୍ଥ ହୋଇ ପାରିବ l