ରାଉରକେଲା, ଗଙ୍ଗାଧରପଲ୍ଲୀ ଉଛେଦ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି l
ଥଇଥାନ ନକରି ଉଛେଦ କରିବାକୁ ନେଇ ବଢୁଛି ଅସନ୍ତୋଷ l
ତୁରନ୍ତ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବେ ବୋଲି ଆଶ୍ୱାସନା ଦେଲେ ଦୁଇ ବିଧାୟକ ଦୁର୍ଗା ଓ ସାରଦା l
ହେଲେ ହେଲା, ନହେଲେ ଚାଲ ଯିବା ରାଉରକେଲା..... ବହୁ ଦିନରୁ ସାରା ରାଜ୍ୟରେ ଏହି କଥା ଚାଲି ଆସିଛି l ଯାହାକୁ ବଞ୍ଚିବାକୁ କିଛି ରାସ୍ତା ନମିଳେ ସେ ସିଧା ମାଡ଼ିଯାଏ ରାଉରକେଲା କୁ l କାମିକା ଲୋକ କେହି ଏଠି ଓପାସ ରୁହନ୍ତି ନାହିଁ l କିଛି ନା କିଛି କାମଦାମ ମିଳିଯାଏ ରାଉରକେଲାରେ l ବର୍ଷ ବର୍ଷ ଧରି ଏହି ପ୍ରଥା ଚାଲି ଆସିଛି l ସେହିପରି ବାହାରୁ ଆସିଥିବା ଲୋକମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଯିଏ ଯଉଠି ପାରିଲା ଘର ଖଣ୍ଡେ କରି ରହିଲା l ଆଜି ସାତ ଆଠ ଦଶନ୍ଧି ପରେ ହଠାତ ରେଳବିଭାଗ ର ୭ ଦିନିଆ ନୋଟିସ....
ସାତ ଦଶନ୍ଧି କୁ ସାତ ଦିନ.... ଆଗକୁ ପୁଣି ଆରମ୍ଭ ହୋଇଗଲାଣି ବର୍ଷା l
ଲୋକପ୍ରତିନିଧି ମାନେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବୀ ହେବା ଦେଖିବାକୁ ମିଳିଛି l ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ଓ ରାଉରକେଲା ବିଧାୟକ ସାରଦା ନାୟକ ସମସ୍ୟାକୁ ହୃଦୟଙ୍ଗମ କରି ତାର ସମାଧାନ ପାଇଁ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହିତ ଆଲୋଚନା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି l