info@reportersclub.in


By Reporter's Club   Jul, 04 2024,  04:07:27

ODISHA, ROURKELA, Manoj Satapathy, ID NO-55010

ମହାବୀର ପ୍ଲାଣ୍ଟରେ ପୁଣି ଦୁର୍ଘଟଣା, ଚାଲିଗଲା ଆଉ ଜଣେ ନିରୀହ ଶ୍ରମିକର ଜୀବନ

ମହାବୀର ପ୍ଲାଣ୍ଟରେ ପୁଣି ଦୁର୍ଘଟଣା, ଚାଲିଗଲା ଆଉ ଜଣେ ନିରୀହ ଶ୍ରମିକର ଜୀବନ 
ରାଉରକେଲା କାଲୁଙ୍ଗ ଶିଳ୍ପାଞ୍ଚଳ ଅନ୍ତର୍ଗତ ଶ୍ରୀ ମହାବୀର ଫେରୋ ଆଲୟଜ ନାମକ ଏକ ପ୍ଲାଣ୍ଟରେ ଗତକାଲି ପୁଣି ଏକ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଜୀବନ ଚାଲି ଯାଇଛି l ରାଜଗାଙ୍ଗପୁର ଦତ୍ତରାମପୁର ଗାଁର ଇଗ୍ନେଶ ଲାକ୍ରାଙ୍କ ପୁଅ ଅନୁରାଜନ ଲାକ୍ରାଙ୍କ ପୁଅ ମହାବୀର ପ୍ଲାଣ୍ଟରେ ଶୁଭଙ୍କର ମାଈତି ନାମକ ଜଣେ ଠିକାଦାରଙ୍କ ପାଖରେ ଗ୍ୟାସ କଟର ଭାବେ କାମ କରୁଥିଲେ l ଗତକାଲି ସେ ପ୍ଲାଣ୍ଟର ଡ଼ିଆରଆଇ କ୍ଲିନ ରେ ପ୍ରାୟ ୨୫ ଫୁଟ ଉପରେ ଚଢି କାମ କରୁଥିବା ବେଳେ ହଠାତ ପଡି ଯାଇଥିଲେ l ତାଙ୍କୁ ପ୍ରଥମେ ଇଏସଆଇସି ହସ୍ପିଟାଲ ଓ ପରେ ପରେ ରାଉରକେଲା ସରକାରୀ ଡାକ୍ତରଖାନା କୁ ନିଆଯାଇଥିଲା l ମାତ୍ର ସରକାରୀ ଡାକ୍ତରଖାନା ରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା l

ମହାବୀର ପ୍ଲାଣ୍ଟ ବା କଲୁଙ୍ଗା, କାନ୍ସବାହାଲ ଓ କୁଆଁରମୁଣ୍ଡା ଅଞ୍ଚଳରେ ଥିବା ପ୍ଲାଣ୍ଟ ଗୁଡିକରେ ଏଭଳି ଦୁର୍ଘଟଣା ଓ ଦୁର୍ଘଟଣା ରେ ଶ୍ରମିକଙ୍କ ମୃତ୍ୟୁ କିଛି ନୂଆ କଥା ନୁହେଁ l ଆୟେ ଦିନ କଉ ନା କଉ ପ୍ଲାଣ୍ଟରେ ଏଭଳି ଅଘଟଣ ଘଟେ l ଉଭୟ ଶ୍ରମିକ, ଶ୍ରମିକନେତା ତଥା ସ୍ଥାନୀୟ ସମାଜସେବୀ ଓ ସରକାରୀ ଅଧିକାରୀଙ୍କ ଦେହସୁଆ ହେଇ ଗଲାଣି l ଆଉ ଆମ ସାମ୍ବାଦିକ ମାନଙ୍କ ପାଇଁ ତୁଚ୍ଛ ଏକ ସମ୍ବାଦ ମାତ୍ର l

ପୂର୍ବ ସରକାର ଭଳି ଏଥର ବି ସମସ୍ତେ ଚୁପ ରହିବେ l ସମାଜସେବୀ ଚୁପ, ଶ୍ରମିକ ସଙ୍ଗଠନ ଚୁପ ଫାକ୍ଟ୍ରି ଡାଇରେକ୍ଟର ଚୁପ, ଶ୍ରମ ଅଧିକାରୀ ଚୁପ, ସମସ୍ତେ ଚୁପ l କିଛି ସାଙ୍ଗସାଥି, ସମାଜସେବୀ, ଶ୍ରମିକନେତା ଅନୁକମ୍ପା ରାଶି ପାଇଁ ଦାବୀ କରିବେ ତ କିଛି ଦଲାଲ ସେହି ଅନୁକମ୍ପା ରାଶି କମ ରୁ କମ କରିବା ପାଇଁ ଗୋଟି ସେଟିଙ୍ଗ କରିବେ l ସରକାରୀ ଅଧିକାରୀ ଏହି ଗୋଳିଆ ବ୍ୟବସ୍ଥା ର ଫାଇଦା ନେଇ କାଗଜ କଲମ ଵାଲା ରିପୋର୍ଟ ଫାଇଲ କରି ପାର ହୋଇଯିବେ l

କେହି ଖୋଜିବେନି ESIC ଥିଲା କି ନଥିଲା, EPF ଥିଲା ତ, ମୃତ ଶ୍ରମିକ ଜଣକୁ ସେଫଟି ବେଲ୍ଟ ଈସୁ ହୋଇଥିଲା କି ନାଇଁ, ସେ ସେଫଟି ବେଲ୍ଟ ପିନ୍ଧି ଥିଲା କି ନାଇଁ, ଯଦି ପିନ୍ଧି ନଥିଲା, କମ୍ପାନୀର ସେଫଟି ଅଫିସର କରୁଥିଲା କଣ, ଏମିତି ବହୁତ କଥା....

ସରକାର ବଦଳିଛି, ବିଜେଡ଼ି ହଟିଛି, ବିଜେପି ଆସିଛି l ଆଉ ନବୀନ ସରକାର ନାହିଁ, ମୋହାନ ସରକାର l ଦେଖିବାକୁ ବାକି ରହିଲା ପୂର୍ବ ସରକାର ଭଳି ସମସ୍ତେ ଚୁପ ରହିବେ ନା ଏଥର କିଛି ଆକ୍ସନ ହେବ l ମହାବୀର ପ୍ଲାଣ୍ଟ ଭଳି ମରଣଯନ୍ତା ଗୁଡିକ ଉପରେ ସରକାରୀ ସିକଞ୍ଜା ଲାଗିବ ନା ପୂର୍ବଭଳି.....