ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ,
ସେକ୍ଟର - ୬ ପରିସରରେ ମୋ ସ୍କୁଲ ଅଭିଯାନ ତଥା ବିଦ୍ୟାଳୟର ମିଳିତ ପ୍ରୟାସରେ ଏକ ବନୋମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମହୋଦୟ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା , ଏହାର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ ଆମ ସଭ୍ୟତା, ସଂସ୍କୃତି, ତଥା ମୁନିଋଷି ମାନଙ୍କ ର ଆୟୁର୍ବେଦ ଉପରେ ଯେଉଁ ଜଡ଼ି ବୁଟି ବ୍ୟବହାର କରି ମାନବ ଜୀବନକୁ ବହୁବିଧ ରୋଗରୁ ଉପଶମ କରୁଥିଲେ ତା ଉପରେ ଆଲୋଚନା କରିଥିଲେ । ଗ୍ଲୋବାଲ ୱାର୍ମିଂ ରୁ ରକ୍ଷା ପାଇବା ପାଇଁ ବହୁସଂଖ୍ୟାରେ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ଗ୍ରୁରୁତ୍ୱାରୋପ କରିଥିଲେ । ବିଦ୍ୟାଳୟର ପାଠ ପଢା ସହିତ ଏହି କାର୍ଯ୍ୟକ୍ରମରେ ନିଜକୁ ସମର୍ପିତ କଲେ ଆମେ ଦେଶ ହିତ ସହିତ ମାନବ କଲ୍ୟାଣ କରି ପରିବା ବୋଲି ପ୍ରକାଶ କରିଥିଲେ । ବିବିଧ ପ୍ରକାର ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ଜାତୀୟ ସବୁଜ ବାହିନୀ, ଭାରତ ସ୍କାଉଟ ଓ ଗାଇଡ୍ ର ସଭ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରି ଥିଲେ । ଏହି ବିଦ୍ୟାଳୟର ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିମନ୍ତେ ସେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର କୌତୁକ ପୋଷାକରେ "ଗଛଟିଏ ମା'ଟିଏ" ଉପରେ ଗୀତ ଏବଂ ସ୍ଲୋଗାନ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ l ବହୁ ସଂଖ୍ୟାରେ ଆଲୁମିନୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର ଓ ସଫଳ କରିଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।