ନୂଆଗାଁ ବ୍ଲକରେ ରୋହିତ ଓ ପୁର୍ଣିମାଙ୍କ ଉପସ୍ଥିତିରେ ଆରମ୍ଭ ହେଲା ସମ୍ପୂର୍ଣ୍ଣତା ଅଭିଯାନ
କେନ୍ଦ୍ର ସରକାରଙ୍କ ପ୍ରକଳ୍ପ "ସମ୍ପୂର୍ଣ୍ଣତା ଅଭିଯାନ" ମାଧ୍ୟମରେ ସମଗ୍ର ଭାରତ ବର୍ଷରେ ୫00 ବ୍ଲକକୁ ସାମିଲ କରାଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରା ଓ ନୂଆଗାଁ ବ୍ଲକ କୁ ମଧ୍ୟ୍ୟ ଏହି ପ୍ରକଳ୍ପ ରେ ସାମିଲ କରାଯାଇ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା ରହିଛି l ଏହି ପରିପ୍ରେକ୍ଷୀରେ ନୂଆଗାଁ ବ୍ଲକ ପରିସରରେ "ସମ୍ପୂର୍ଣ୍ଣତା ଅଭିଯାନ" କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତୀର୍କୀ, ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରି ଜୁଏଲ ଓରାମଙ୍କ ପ୍ରତିନିଧି ପୁର୍ଣିମା କେର୍କେଟା, ସୁନ୍ଦରଗଡ ଜିଲ୍ଲା ପରିଷଦ ସଭାନେତ୍ରୀ କୁନ୍ତୀ ପ୍ରଧାନ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ବିଶ୍ୱାସୀ ଟପ୍ପୋ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ଶ୍ରାବଣୀ ପୁରୀ, ICAR ସମ୍ମାନିତ ଚାଷୀ ପ୍ରଫୁଲ୍ଲ କୁମାର ମାହାତୋ, ଜିଲ୍ଲା ନୋଡାଲ ଅଧିକାରୀ ପ୍ରଦୀପ କୁମାର ତୀର୍କୀ ଓ ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାସ ପ୍ରମୁଖ ଅତିଥିଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ର ରୁପାରେଖା ବିଷୟରେ ଆଲୋକପାତ କରିଥିଲେ l
ଏହି କାର୍ଯ୍ୟକ୍ରମରେ ପାଖାପାଖି 350 ଛାତ୍ରଛାତ୍ରୀ ଓ 600 ରୁ ଉର୍ଦ୍ଧ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ l
ସକାଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରି ସରିବା ପରେ ପୋଷ୍ଟର ପେଣ୍ଟିଙ୍ଗ ପ୍ରତିଯୋଗିତା, ସ୍ୱାସ୍ଥ୍ୟ ଶିବିର, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କ ଦ୍ୱାରା ବିଭିନ୍ନ ପ୍ରଡକ୍ଟ ଶୋ କାର୍ଯ୍ୟକ୍ରମ ଏବଂ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ଶପଥପାଠ କରାଯାଇଥିଲା l