ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ
ଓଡ଼ିଶା ର ୧୦ ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲା ଅନ୍ୟତମ । ଶିକ୍ଷା ,ସ୍ବାସ୍ଥ୍ୟ,ଜୀବନ ଜୀବିକା ତଥା ସାମଗ୍ରିକ ବିକାଶ କ୍ଷେତ୍ର ରେ ଏହି ଅଞ୍ଚଳ ବିକାଶ ମାନଦଣ୍ଡ ର ନିମ୍ନ ରେ ରହିଛି । ଜିଲ୍ଲା ର ପାଇକମାଳ ବ୍ଲକ୍ ର ୫ ଗୋଟି ଗ୍ରାମ ଯଥା ମିଠାପାଲି,ଝିଟକି,ଛିନ୍ଦେକ୍ରଲା , ଜାମଶେଠ୍ ଓ ବଡ ତୁଣ୍ଡା ପଞ୍ଚାୟତ ରେ ଏଲ.ଟି.ଆଇ. ମାଇଣ୍ଡ ଟ୍ରି ଫାଉଣ୍ଡେସନ ର ସହାୟତା ତଥା ମହାଶକ୍ତି ଫାଉଣ୍ଡେସନ ପରିଚାଳନା ରେ ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଛି। ଆଜି ବ୍ଲକ୍ ର ବଡ଼ତୁଣ୍ଡା ଗ୍ରାମ ରେ ଏଲ. ଟି. ଆଇ. ମାଇଣ୍ଡଟ୍ରୀ ଫାଉଣ୍ଡେସନ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ର ଗ୍ଲୋବାଲ ହେଦ୍ ଶ୍ରୀ ପନୀଶ ରାଓ ଏକ ଫାର୍ମ ପଣ୍ଡ୍ ପୁନରୁଦ୍ଧାର କାର୍ଯ୍ୟ ଶୁଭାରମ୍ଭ କରି ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲା, ବ୍ଲକ୍ ପ୍ରଶାସନ,ଗ୍ରାମ ପଞ୍ଚାୟତ ତଥା ସମସ୍ତ ଅଂଶୀଦାର ଙ୍କ ସହଯୋଗରେ ଅଞ୍ଚଳ ର ଶିକ୍ଷା,ସ୍ୱାସ୍ଥ୍ୟ, ପରିବେଶ ତଥା ଜୀବନ ଜୀବିକା ର ସାମଗ୍ରିକ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କାର୍ଯ୍ୟକାରୀ ହେବା ବିଷୟରେ ସେ ଉପସ୍ଥିତ ଅଞ୍ଚଳବାସୀ ଙ୍କୁ ସୂଚନା ଦେଇଥିଲେ। ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ଗ୍ରାମବାସୀଙ୍କ ଆତ୍ମୀୟତା ଓ ସହଭାଗିତା ର ନିରନ୍ତର ଆବଶ୍ୟକତା ବିଷୟରେ ଶ୍ରୀ ରାଓ ଗୁରୁତ୍ଵ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ସାମାଜିକ ଦାୟିତ୍ଵବୋଧ ରାଜ୍ୟ ମୁଖ୍ୟ ଶ୍ରୀ ଜିତେନ୍ଦେର ଘନଗାସ, ମହାଶକ୍ତି ଫାଉଣ୍ଡେସନ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ, ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ସେଠୀ, ପ୍ରକଳ୍ପ ପରିଚାଳକ ଶ୍ରୀ ଫିରୋଜ କୁମାର, ବ୍ଲକ୍ ସଂଯୋଜକ ଶ୍ରୀ ହରଧନ ବରିହା, ଭଗ୍ୟଶ୍ରୀ ରାଉତ, ସହଯୋଗୀ ଶ୍ରୀମତୀ ନିହାରିକା ଶତପଥୀ, ବଡଟୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରିତା ସୁନା, ୱାର୍ଡ ମେମ୍ବର ବୃନ୍ଦ, ବିଭିନ୍ନ ସ୍ବୟଂ ସହାୟକ ଦଳର ସଦସ୍ୟା ସହ ମୋଟ ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ।