info@reportersclub.in


By Reporter's Club   Jul, 07 2024,  04:07:35

ODISHA, ROURKELA, Manoj Satapathy, ID NO-55010

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ 

ଆଜି ରାଉଲକେଲା ଷ୍ଟିଲ ଟାଉନସିପ ସ୍ଥିତ ସେକ୍ଟର-୧୮, ଉପହାର ଠାରେ ବିଜେପି ତରଫରୁ ନାଗରିକ ସମର୍ଦ୍ଧନା ଓ ମତଦାତା ଅଭିନନ୍ଦନ ସମାରୋହ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ସୁନ୍ଦରଗଡ଼ ମାଟିର ପୁଅ , ଟାଣୁଆ ଆଦିବାସୀ ନେତା, ତଥା ସୁନ୍ଦରଗଡ଼ ଲୋକ ସଭା କ୍ଷେତ୍ରରୁ ଚଳିତ ବର୍ଷ ପୁନର୍ବାର ନିର୍ବାଚିତ ହୋଇ କେନ୍ଦ୍ରସରକାରରେ , " କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ପଦପ୍ରାପ୍ତି କରି ସୁନ୍ଦରଗଡ଼ ତଥା ଓଡ଼ିଶାର ଗୌରବ ଓ ଗରିମା ବଢ଼ାଇ ଥିବା ମା: ଜୁଏଲ ଓରାମ ମହୋଦୟଙ୍କୁ ଏବଂ ନବନିର୍ବାଚିତ ରଘୁନାଥ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କୁ ଆଜି ବିଭିନ୍ନ ସଂଗଠନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କ ତରଫରୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ସାଧରଣ ନିର୍ବାଚନରେ ମତଦାତା ମାନେ ଯସଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରତି ସମର୍ପିତ ଭାବ ଓ ଦୃଢ଼ ନେତୃତ୍ୱ ପ୍ରତି ପ୍ରଗାଢ ଆସ୍ଥା ପ୍ରକଟକରି କେନ୍ଦ୍ରରେ ଏନ ଡି ଏ ସରକାର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ସୁଯୋଗ ଦେଇ ଥିବାରୁ ଶ୍ରୀ ଜୁଏଲ ଓରାମ ଓ ଦୁର୍ଗା ତନ୍ତୀ ମତଦାତାଙ୍କୁ ଅଭିନନ୍ଦନ ଜଣାଇ ବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀ ଦୁର୍ଗା ତନ୍ତୀ ତାଙ୍କ ବକ୍ତବ୍ୟରେ ଏ ଅଂଚଳର ଅଭିବୃଦ୍ଧି ଓ ଉନ୍ନତି ପାଇଁ ଜନତାଙ୍କ ସେବାରେ ନିଜକୁ ସମର୍ପିତ କରୁଛି ବୋଲି ପ୍ରକାଶ କରିଥିଲେ। ମୁଁ ଜଣେ ଆପଣଙ୍କ ସେବକ, ଶପଥ ପାଠ ନେବା ପରଠାରୁ ଜନତାଙ୍କ ସମସ୍ୟାକୁ ନେଇ ସମାଧାନ କରିବାକୁ ଚେଷ୍ଠା କରୁଛୁ ଓ ପ୍ରତିଶ୍ରୁତି ବଧ । ଶ୍ରୀ ଓରାମ ତାଙ୍କ ଅଭିନନ୍ଦନ ଅଭିଭାଷଣରେ କହିଥିଲେ ଯେ ଦଳ ଗତ ନିର୍ବିଶେଷରେ ଆମେ ସମସ୍ତେ ମିଳିମିଶି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ବିକାଶ ସହିତ ଜନସଧାରଣଙ୍କ ସମସ୍ୟା ଦୁର କରିବା । ଯଦି କୌଣସି ଅସୁବିଧା ରହୁଛି ତାହାହେଲେ ମୋତେ ନିଶ୍ଚିତ ଭାବେ ଜଣାଇବେ । ମୁଁ ମନ୍ତ୍ରୀ ହୋଇଛି ବୋଲି ସବୁ ବିଷୟରେ ଅବଗତ ଅଛି ତାହା ନୁହେଁ। ବିଭିନ୍ନ ସମସ୍ୟା ବିଷୟରେ ମୋତେ ଜଣାଇବା ସହ ଲିଖିତ ଭାବେ ଜନେଇଲେ ତାହାର ସମାଧାନ କରିବାକୁ ଚେଷ୍ଠା କରିବି । ସବକା ସାଥ, ସବବକା ବିକାଶ, ସବକା ବିଶ୍ୱାସ, ସବ କା ପ୍ରୟାସ ହେଉଛି ଆମର ମନ୍ତ୍ର । ଜନତାଙ୍କ ସେବା କରିବା ଆମର ଆଦର୍ଶ । ମଞ୍ଚାଷୀନ ଥିବା ବିଭିନ୍ନ ସଂଗଠନର ମୁଖିଆମାନେ ଯଥା ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ର ଶ୍ରୀ ଅକ୍ରୁର ମାର୍ଥା, ଆଦର୍ଶ ପାଠାଗାରର ଶ୍ରୀ ଚନ୍ଦ୍ର ଶେଖର ଶତପଥୀ, ନାଗରିକ ସଚେତନ ମଂଚର ବିମଳ ବିଶି, ସାରନା ପୀଠର ମଣିଲାଲ କେରକେଟା, ଇସ୍ପାତ ମାର୍କେଟ ସପକିପର୍ସ ୱେଲଫେଆରେ ଆସୋସିଏସନ୍ ର ସନ୍ତୋଷ ସ୍ୱାଇଁ ଆଦି ନିଜ ନିଜର ମତ ପୋଷଣ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ମଞ୍ଚ ପରିଚାଳନା କରି ଥିବା ବେଳେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଶଶାଙ୍କ ଶେଖର ଜେନା ଓ ସଂଯୋଜକ ଅଶୋକ ଲେଙ୍କା , ଏବଂ ମଣ୍ଡଳ ସଭାପତି ମନୋଜ ସେନାପତି, ସନ୍ତୋଷ ବିରାଟ, ଅମ୍ରିତଲାଲ ଓରାମ ଓ କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ସଫଲାୟନ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ବିଭିନ୍ନ ସଂଗଠନ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ବିଜେପିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।