ଅନୁଗୁଳ: ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଆଜି ପୂର୍ବାହ୍ନରେ ଜିଲ୍ଲା କୃଷି କାର୍ଯ୍ୟାଳୟ ଆତ୍ମା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧୀକାରୀ ଡ. ନିରୋଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରିବା ତାତ୍ପର୍ଯ୍ୟ, ଜିଲ୍ଲାରେ ମତ୍ସ୍ୟଚାଷ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସମନ୍ଧୀୟ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ମତ୍ସ୍ୟଚାଷୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ମତ୍ସ୍ୟଚାଷରେ ଉଲ୍ଲେଖନୀୟ ଅବଦାନ ପାଇଁ ଛେଣ୍ଡିପଦାର ମତ୍ସ୍ୟ ଚାଷୀ ଶ୍ରୀ ଅଜିତ ପ୍ରଧାନ, ଆଠମଲ୍ଲିକର ଦ୍ରୌପଦି ମେହେର, ପାଲଲହଡାର ବାବୁଲାଲ ପ୍ରଧାନ, ଅନୁଗୋଳର ସ୍ବର୍ଣ୍ଣଲତା ସାହୁ ଓ କିଶୋରନଗରର ମା ବାୟାଣା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ନିର୍ଦ୍ଦେଶକ, ଊଦ୍ୟାନ ଶ୍ରୀ ଅମ,ର ଲୁଗୁନ୍, ଊପ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ କୁଅଁର ମାଣ୍ଡ, ଜିଲ୍ଲା ମତ୍ସ୍ୟ ଅଧୁକାରୀ ଶ୍ରୀ ରାଜେନ୍ଦ୍ର କୁମାର ପାତ୍ର, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ସ୍ମିତା ରାଣୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।