info@reportersclub.in


By Reporter's Club   Jul, 11 2024,  10:07:12

ODISHA, ANGUL, RUDRA MOHAN SAHU, ID NO-55017

ଉଷୁ ଚମ୍ପିଆନ୍ ମାନଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ଅନୁଗୁଳ: ୩୦ତମ ଓଡିଶା ପ୍ରଦେଶ ଋଷୁ ଚମ୍ପିୟାନସିପ୍‌ରେ ଅନୁଗୋଳ ଜିଲ୍ଲା ପାଇଁ ପଦକ ହାସଲ କରି ଗୌରବ ଆଣିଥୁବା ଖେଳାଳିମାନଙ୍କୁ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ଏମ୍ ଅତାର ଗତକାଲି ଅପରାହ୍ନରେ ସମ,ର୍ଦ୍ଧନା ଦେଇଥିଲେ। ଏହି ଅବସରରେ ଉକ୍ତ ପଦକଧାରୀ ମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ଓ ଭବିଷ୍ୟତରେ ଅନୁଗୋଳ ଜିଲ୍ଲା ପାଇଁ ଜାତୀୟ ସ୍ତରରେ ଗୌରବ ଆଣିବାରେ ନିଜକୁ ପ୍ରସ୍ତୁତ କରିବା ଲାଗି ଉପଦେଶ ଦେଇଥିଲେ । ସୂଚନା ଥାଊକି ୩୦ତମ ଓଡିଶା ପ୍ରଦେଶ ଋଷୁ ଚମ୍ପିୟାନସିପ୍ ୨୦୨୪-୨୫ ରାଊରକେଲା ମଧୁସୂଦନ ଭବନଠାରେ ଚଳିତ ମାସ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଚମ୍ପିୟନସିପ୍‌ରେ ଅନୁଗୋଳ ଜିଲ୍ଲା ୱଷୁ ଆସୋସିଏସନ ତରଫରୁ ୧୨ଜଣ ସବ୍‌ଜୁନିୟର, ଜୁନିୟର ଓ ସିନିୟର ୱେଷୁ କ୍ରୀଡାବିତ୍ ଭାଗନେଇଥିଲେ । ଏଥିରେ ଋଷୁ ଆସୋସିଏସନ୍ ଅନୁଗୋଳ ତରଫରୁ ୪ଜଣ ସ୍ବର୍ଣ୍ଣ ପଦକ ( ଅରୁଣ କୁମାର ନାୟକ, ଚିତ୍ତ ରଞନ ମହାନ୍ତ, ପ୍ରତିକ କୁମାର ମହାପାତ୍ର, ଭବ୍ୟା ସାହୁ ), ୨ ଜଣ ରୌପ୍ୟ ପଦକ ( ଆସୁତୋଷ ସାହୁ, ଅନୀଲ କୁମାର ମାଝୀ ) ଓ ୩ ଜଣ ବ୍ରୋଞ୍ଜ ପଦକ (କୁନ୍ଦନ କୁମାର, ମାନସୀ ପ୍ରାୟଦର୍ଶିନୀ, ୟାତୀ ଶର୍ମା) ହାସଲ କରିଛନ୍ତି । ଏହି ଅବସରରେ ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାରେ ଜାତୀୟ ସ୍ତରରେ ଋଷୁ ଚମ୍ପିୟନସିପ୍ ପ୍ରସ୍ତୁତ କରିବା ନିମନ୍ତେ ଋଷୁ ଆସୋସିଏସନର ସଭାପତି ଶ୍ରୀ ସୁଶାନ୍ତ ବେହେରା, ଉପ ସଭାପତି ଶ୍ରୀ ଦିନେଶ ପ୍ରଧାନ ଓ ସମ୍ପାଦକ ଶ୍ରୀ ସୁଶାନ୍ତ ନାୟକ ଜିଲ୍ଲାପାଳଙ୍କ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।