info@reportersclub.in


By Reporter's Club   Jul, 12 2024,  10:07:09

ODISHA, ANGUL, RUDRA MOHAN SAHU, ID NO-55017

ଗ୍ୟାସ ଟ୍ୟାଙ୍କର ଚାପା ରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ:  ୫୫ ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା ଯେମିତି ପିଛା ଛାଡୁନି , ମୃତ୍ୟୁ କେମିତି ଆଉ କେଉଁ ଭଳି ପରିସ୍ଥିତି ରେ ଆସେ କେହି କହି ପାରିବେନି ,ଏମିତି କିଛି ଅକସ୍ମାତ୍ ମୃତ୍ୟୁ ହୋଇଛି ଚିନ୍ମୟ ସାମଲ ( ଆକାଶ ) ନାମକ ଜଣେ ଯୁବକ ଙ୍କର । ୫୫ ନମ୍ୱର୍ ଜାତୀୟ ରାଜପଥ ରେ ପୁଣି ଥରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି ,ଗ୍ୟାସ ଟ୍ୟାଙ୍କର ଧକ୍କା ରେ ଯୁବକ ଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ଯୁବକ ଜଣକ ହେଲେ ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରି ଗ୍ରାମ ସ୍କୁଲ୍ ସାହି ର ସ୍ବର୍ଗତ ବିଦ୍ୟାଧର ସାମଲ ଙ୍କ ପୁଅ ଚିନ୍ମୟ ସାମଲ (ଆକାଶ ) ବୟସ (୨୦) । ଇଡକୋ ତରଫରୁ ୧୧ କେଭି ବିଦ୍ୟୁତ୍ ସଂଯୋଗ ପାଇଁ ଜାତୀୟ ରାଜପଥ କଡ ରୁ ଗଛ କାଟିବା ପାଇଁ ଇଡକୋ ଆଦ୍ୟଉର୍ଜା ସଲୁଏସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଠିକା ସଂସ୍ଥା କୁ କାର୍ଯ୍ୟ ଦିଆଯାଇଥିଲା କିନ୍ତୁ ସେ ନିଜେ କାର୍ଯ୍ୟ ନ କରି ଦୁଃଖ ବନ୍ଧୁ ବିଶ୍ଵାଳ ନାମକ ଏକ ସବ ଠିକାଦାର ଙ୍କୁ କାର୍ଯ୍ୟ ଭାର ଦେଇଥିଲେ । ସକାଳ ୧୦.୨୦ ସମୟରେ ଆକାଶ ଙ୍କ ସହିତ ଅନ୍ୟ ୮ ଜଣ ବିଦ୍ୟୁତ ସଂଯୋଗ ପାଇଁ କୁଲାଡ଼ ପେଟ୍ରୋଲ ପମ୍ପ ପାଖରେ ଗଛ କାଟୁଥିବା ବେଳେ ନିଜ ଉପରେ ଗଛ ପଡ଼ିଯିବ ବୋଲି ଆକାଶ ସେହିଠାରୁ ପଛକୁ ଘୁଞ୍ଚି ଯିବାରୁ ଅନୁଗୁଳ ଆଡୁ ଆସୁଥିବା ଏକ ଗ୍ୟାସ ଟ୍ୟାଙ୍କର ଗାଡ଼ି ଯାହାର ନମ୍ବର  ଏନ୍ ଏଲ୍ ୦୧ ଏଏ ୧୫୨୨ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ଆକାଶ ଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯିବା ସହିତ ନାଲକୋ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ଦୁର୍ଘଟଣା କରିଥିବା ଗାଡ଼ିକୁ ଜବତ କରି ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଛନ୍ତି।