info@reportersclub.in


By Reporter's Club   Jul, 12 2024,  03:07:51

ODISHA, ROURKELA, Manoj Satapathy, ID NO-55010

ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ

ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ  ଡେଙ୍ଗୁ ସଂକ୍ରମିତ ଜୋନ  ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ

ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉଲକେଲା  ଇସ୍ପାତ ନଗରୀର  ସେକ୍ଟର-୧୪ ରେ  ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଉଦବେଗ ଜନକ ଭାବେ ଏ  ଓ ବି ବ୍ଲକରେ ବଢୁ ଥିବା ଖବର ପାଇ ସେହି ଅଞ୍ଚଳକୁ ଯାଇ ଘର ଘର ବୁଲି ଲୋକମାନଙ୍କ ସହ ଡେଙ୍ଗୁ ଉପରେ ସଚେତନତା ଜାଗ୍ରତ କରି ଥିଲେ ।  ଲୋକ ମାନେ ପାଣି ନିଷ୍କାସନ ପାଇଁ ନାଳ ନଥିବା, ସୁରେଜ ବାରମ୍ବାର ଜାମ ହେବା , ବହୁ କ୍ୱାର୍ଟର ଖାଲି ପଡ଼ି ଥିବା ଯୋଗୁ ପାଣି ଜମି ଡେଙ୍ଗୁ ବୃଦ୍ଧି ପାଉଥିବା ପ୍ରକାଶ କରି ଥିଲେ ଏହା ସହିତ  ଆବର୍ଜନା ଟ୍ରଲି ବହୁଦିନ ଧରି ଆସୁନ ଥିବା ଅଭିଯୋଗ କରିଥିଲେ । ଏହା ଉପରେ ସେ ସହର ସେବା ଅଧିକାରୀଙ୍କ ସହିତ ଆଲୋଚନା କରି ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଡେଙ୍ଗୁକୁ ରୋକିବା  ଓ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଏ ଏନ୍ ଏମ୍ ଓ ହାଇଟେକ୍ ମେଡ଼ିକାଲ କଲେଜ ଓ ହସପିଟାଲ ର କମୁନିଟୀ ଟିମ ଏହି ଅଞ୍ଚଳ ରେ ଘର ଘର ବୁଲି ବୁଝିବା ସହିତ ଡେଙ୍ଗୁ କୁ କିପରି ରୋକା ଯିବ ତା ଉପରେ ସଚେତନତା ଜାଗ୍ରତ କରୁଥିବା ବେଳେ ବିଧାୟକଙ୍କ ସହିତ ସାକ୍ଷାତ କରି  ଆଲୋଚନା କରିଥିଲେ । ସମସ୍ତେ ପରିବେଶ କୁ ସଫା ସୁତୁରା ରଖିବା ସହିତ କୁଳର (cooler)ର ପାଣିକୁ ସର୍ବଦା ପରିବର୍ତ୍ତନ କରିବା ସହିତ ଶରୀରକୁ ସର୍ବଦା ଢାଙ୍କି ରଖିବା, ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଆଦି ପରାମର୍ଶ ଦେଇଥିଲେ । ସରକାର ଏହା ଉପରେ ନଜର ରଖି ଛନ୍ତି  ବୋଲି ସେ ପ୍ରକାଶ କରିଥିଲେ । ଏହାପରେ ବିଧାୟକ ଇସ୍ପାତ ଜେନେରାଲ ହସପିଟାଲର ଡେଙ୍ଗୁ ୱାର୍ଡ଼ ବୁଲି  ଡେଙ୍ଗୁ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝି ଥିଲେ ଓ ସେମାନଙ୍କ  ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ୱାର୍ଡର ଡକ୍ଟରମାନେ ମଧ୍ୟ ସହୋଯୋଗ କରି ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସଂପାଦକ ଅଜୟ କଂସାରୀ, ମଣ୍ଡଳ ସଭାପତି ସନ୍ତୋଷ ବିରାଟ,  ବରିଷ୍ଠ ନେତା ଆଲୋକ ନାୟକ, ସତ୍ୟପ୍ରିୟ ସାହୁ, ସୁଦାମ ସାହୁ,ଗୌତମ ବାଡ଼ା ,ସୋନୁ କାଂସାରି , ସରୋଜ ପ୍ରଧାନ, ବିନୋଦ ସେଠୀ, ତିକେଶ୍ୱର୍ ତାଣ୍ଡିଆ, କୈଳାଶ ତନ୍ତୀ , ଅନନ୍ତ ନାରାୟଣ ଦାସ, କର୍ମା ମାହାତୋ, ବାବୁଲି ସାହୁ, ଅବିନାଶ ସାମଲ, ବିପିନ ପାତ୍ର, ସୁବାଷ ପ୍ରଧାନ, ଆଦି ବିଧାୟକଙ୍କ ସହିତ ସାଙ୍ଗରେ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।