ବରଗଡ ଜ଼ିଲ୍ଲା ଅମ୍ବାଭୋନା ବ୍ଲକ ସ୍ଥିତ ଗ୍ରାମବତୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ପକ୍ଷରୁ ହାରବେଷ୍ଟ ପ୍ଲସ ଓ ମହାଶକ୍ତି ଫାଉଂଡେସନର ମିଳିତ ସହଯୋଗରେ ବାୟୋ ଫର୍ଟିଫେଡ଼ ଉତ୍ପାଦିତ ଉନ୍ନତମାନର ଧାନ ବିହନ କୃଷକ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏଥିରେ ମହାଶକ୍ତି ଫାଉଣ୍ଡେସନ ର ଜିଲ୍ଲା ପରିଚାଳକ ଶ୍ରୀ ଚିତ୍ତରଞ୍ଜନ କର, ଗ୍ରାମବତି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ର ପ୍ରବନ୍ଧକ ନିର୍ଦ୍ଦେଶକ ଶ୍ରୀମତୀ ସୁଲେଖ ନାୟାର ଓ ସି ଇ ଓ ଶ୍ରୀ କେଦାର ସେନାପତି ଙ୍କଦ୍ବାରା ରୁଚିଦା, ଭାଇନାତୋରା ଏବଂ ବଡ ସରେଇପଳି ଗ୍ରାମର ୩୦ ଜଣ କୃଷକ ମାନଙ୍କୁ ସଚେତନ କରିବା ସହ ମାଗଣା ରେ ୧.୫ କ୍ଵିଣ୍ଟାଲ ର ବାୟୋ ଫର୍ଟିଫେଡ଼ ଧାନ ବିହନ ଯଥା BIRRI-100, BIRRI-୮୪ ଏବଂ CR ଧାନ - ୩୧୫ ବଣ୍ଟନ କରାଯାଇଥିଲା ଉକ୍ତ ସଭା ରେ ଜିଲ୍ଳା ପରିଚାଳକ ଚିତ୍ତରଞ୍ଜନ କର ଧାନ ର ଉପକାରିତା ଏବଂ ତାର ଚାଷ ପ୍ରଣାଳୀ ଉପରେ ଆଲୋଚନା କରିଥିଲେ ଏବଂ ଶ୍ରୀମତୀ ସୁଲେଖା ନାୟାର ଗ୍ରାମବତୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ର ଭବିଷ୍ୟତ ପରିକଳ୍ପିତ କାର୍ଯକ୍ରମ ବିସୟରେ ଆଲୋଚନା କରିଥିଲେ। ସଭାଶେଷ ରେ ସି ଇ ଓ କେଦାର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯକ୍ରମ ସମାପ୍ତ କରିଥଲେ।