info@reportersclub.in


By Reporter's Club   Jul, 14 2024,  06:07:03

ODISHA, ROURKELA, Manoj Satapathy, ID NO-55010

ରାଉରକେଲାରେ ୭୫ତମ ବନମୋହତ୍ସାବ ଓ ବୃକ୍ଷରୋପଣ

୭୫ ତମ ବନମୋହତ୍ସାବ ରେ କେନ୍ଦ୍ର ଆଦିବାସୀ ବାପାର ମନ୍ତ୍ରୀ ଜୁଏଲ ଓରାମ ଙ୍କ ଯୋଗଦାନ ସହ ବୃକ୍ଷରୋପଣ।
 ଆଜି ଛେଣ୍ଡ ବିପିୟୁଟି ନିକଟସ୍ଥ ଅନ୍ୱେଷା ଛାତ୍ରାବାସ ପରିସରରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ୭୫ତମ ବନୋମହୋତ୍ସବ ରେ ଭାରତ ସରକାରଙ୍କର ମାନ୍ୟବର କେନ୍ଦ୍ର ଆଦିବାସୀ ବାପାର ମନ୍ତ୍ରୀ, ଶ୍ରୀଯୁକ୍ତ ଜୁଏଲ ଓରାମ ମଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ରଘୁନାଥପାଲୀ ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ, ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ରାମାସାମୀ ପି, ରାଉରକେଲା ବନମଣ୍ଡଳ ଏବଂ ମାନ୍ୟବର ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶେୁତାଷ କୁଲକର୍ଣ୍ଣୀ ସୁନ୍ଦରଗଡ ପ୍ରମୁଖ ଯୋଗ ଦେଇ ଗଛ ଲଗାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥଲେ। ଏହି ଅବସରରେ ରାଉରେକଲା ଅଂଚଳ ର ବିଭିନ୍ନ ସ୍କଲ ଯଥା କଳଙ୍ଗ ପବ୍ଲିକ ସ୍କୁଲୁ , ଇଣ୍ଡୋ ଇଂଲିଶ ମିଡିୟମ ସ୍କୁଲ , ଶ୍ରୀ ଅରବିନ୍ଦ ସ୍କୁଲ ସତ୍ୟ ସାଇ ବିଦ୍ୟା ମନ୍ଦର , ସାଇ ଭେଲି ସ୍କୁଲୁ , ଦୀପିକା ପବ୍ଲିିକ ସ୍କୁଲୁ , ଡି. ଏ . ଭି ପବ୍ଲିିକ ସ୍କୁଲୁ ଇତ୍ୟାଦି ଯୋଗଦାନ କରିଥେଲ ।ପ୍ରଥମେ ମଖ୍ୟ ଅତିଥି ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜଳନ କରି ୭୫ ତମ ବନ ମହୋତ୍ସାବ କାର୍ଯ୍ୟକ୍ରମ ର ଆନୁଷ୍ଠାନିକ ଉଦଘାଟନ କରିଥିଲେ। ବିଗତ ୨ ବର୍ଷ ମଧ୍ୟ ରେ ରାଉରେକଲା ବନଖଣ୍ଡରେ ଉତ୍ତମ ବୃକ୍ଷୋରାପଣ ପାଇଁ ଶ୍ରୀ ପ୍ରଦୀପ ସାହୁ, ବନପାଳ ଶ୍ରୀ ହରିଶ ଚନ୍ଦ୍ର ଜେନା ବନପାଳ, ଶ୍ରୀ ଅଲିଅଳ ବେହେରା, ବନରକ୍ଷୀ, ଶ୍ରୀମତୀ ସଂଘମିତ୍ରା ମହାନ୍ତି, ବନରକ୍ଷୀ ଏବଂ ସେବାତମ ଜଙ୍ଗଲ ଅଗ୍ନି ନିରାକରଣ କରିଥବା ରୁ ଶ୍ରୀ ଦୀପକ କୁମାର ମଲ୍ଲୀକ, ବନରକ୍ଷୀ ମାନଙ୍କୁ ୁମୁଖ୍ୟ ଅତିଥଙ୍କ ଦ୍ୱାରା ପରୁଷ୍କାର ପ୍ରଦାନ କରାଯାଇଥିଲା । ଏହି ବର୍ଷ ରାଉରକେଲା ବନଖଣ୍ଡକୁ ସରକାର ତରଫରୁ ୧୧ ଲକ୍ଷ ଚାରା ବଂଟନ ପାଇଁ ଲକ୍ଷ୍ୟ ଦିଆଯାଇଛି ତତ ମଧ୍ୟରୁ ରାଉରେକଲରେ ୨ ଗୋଟି ଅସ୍ତାୟୀ ଚାରା ବିତରଣ କେନ୍ଦ୍ର କରାଯାଇଛି ଏବଂ ରାଉରେକଲା ବନଖଣ୍ଡ ର ସମସ୍ତ ବନାଂଚଳ ରେ ମଧ୍ୟ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଖୋଲାଯାଇଛି। ତତ ସହିତ ରାଉରେକଲା ବନଖଣ୍ଡ ର ସମସ୍ତ ବନାଂଚଳ ରେ ସ୍ଥାୟୀ ଏବଂ ଅସ୍ଥାୟୀ ନରସରୀ ରେ ମଧ୍ୟ ଚାରା ବିତରଣ କରାଯାଉଛି। ଏଣୁ ସମସ୍ତଙ୍କୁ ରାଉରକେଲା ବନଖଣ୍ଡ ଦ୍ୱାରା ଅନେୁରାଧ କରାଯାଉଛି କି ୧ ଗୋଟି ଚାରା ନିଜେ ଲଗାନ୍ତୁ ଏବଂ ସବୁଜ ବଳୟ ସୃ୍‌ଷ୍ଟି କରନ୍ତୁ। ୨୦୨୪-୨୫ ଆର୍ଥିକ ବର୍ଷ ରେ ୧୭୫୪.୯ ହେକଟର ପରିସୀମା ରେ ରାଉରକେଲା ବନଖଣ୍ଡ ଦ୍ୱାରା ୯୫୯୧୩୮ ଗୋଟି ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏତଦ୍ୱାରା ରାଉରକେଲା ଅଂଚଳ ର ସମସ୍ତ ଜନସାଧାରଣ ଙ୍କୁ ଅବଗତି ନିମେନ୍ତ ଜଣାଇ ଦିଆଗଲା ଯେ ନିଜ ଅଂଚଳ ରେ ପ୍ରଚୁର ମାତ୍ରା ରେ ବୃକ୍ଷ ରୋପଣ କରନ୍ତୁ ଏବଂ ଏକ ସବୁଜ ସୁନ୍ଦର ପରେିବଶ ସଷ୍ଟି କରିବାରେ ସହେଯାଗ କରନ୍ତୁ। ଯାହା ଆପଣ ଙ୍କର ଏହି ମହାନ ଯୋଗଦାନ ସମାଜ ପାଇଁ ଉଲେଖନୀୟ ହେବା ସହ ଜଳବାୟୁ ପରିବର୍ତନ କୁ ରୋକା ଯାଇପାରିବ । ଏହି କାର୍ଯ୍ୟକ୍ରମ କୁ ସୌମ୍ୟ ରଂଜନ ଗୋଛାୟତ, ସହକାରୀ ବନ ସଂରକ୍ଷକ, ରାଉରକେଲା ବନଖଣ୍ଡ ସଚୁାରୁ ରୂପେ ଅୋୟାଜନ କରିଥିଲେ। ରାଉରକେଲା ବନଖଣ୍ଡ ର ସମସ୍ତ ବନାଂଚଳ ଅଧକାରୀ , ବନପାଳ, ବନରକ୍ଷୀ ସହେଯାଗ କରିଥବାରୁ ପରେିଶଷେରେ ଶ୍ରୀ ଗାନେନ୍ଦ୍ର ଲିମା, ପାନେପାଷ ବନାଂଚଳ ଅଧକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।