ଉତ୍କଳମଣି ଗୋପବନ୍ଧୁ ଇନ୍ଷ୍ଟିଟ୍ୟୁଟ ଅଫ ଇଞ୍ଜିନିୟରିଙ୍ଗ ଆଲୁମିନୀ ସଂଗଠନ ତରଫ ରୁ ୟୁଜିଆଇ ପ୍ରାଙ୍ଗଣ ଓ ତାର ଆଖପାଖ ଅଞ୍ଚଳ ରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତା ର ସହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ରାଉରକେଲା ର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ,ୟୁଜିଆଇ ର ଅଧ୍ୟକ୍ଷ ଶ୍ରୀମତୀ ପ୍ରଗତି ଦାସ, ରାଉରକେଲା ସ୍ୱତନ୍ତ୍ର କାରାଗାର ର ଅଧିକ୍ଷକ ଶ୍ରୀ ଜିୱନ ସିଂ , ସଂଗଠନ ର ସଭାପତି ଶ୍ରୀଯୁକ୍ତ ଆଦିତ୍ୟ କୁମାର ମହାପାତ୍ର, ଉପାସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ ପଣ୍ଡା,ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀ ଜ୍ଞାନେନ୍ଦ୍ର ଲିମା, ଅନୁଷ୍ଠାନ ର ଅନେକ ସିନିୟର୍ ତଥା ବୟୋଜ୍ୟେଷ୍ଠ ପୁରାତନ ଛାତ୍ର, ଅଧ୍ୟାପକ ଅଧ୍ୟାପିକା , ତଥା ଅନୁଷ୍ଠାନ ରେ ଅଧ୍ୟୟନରତ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନ ଏବଂ ଏହାର ଆଖପାଖ ଅଞ୍ଚଳ ରେ ୧୦୦ ଟି ବୃକ୍ଷ ରୋପଣ କରାଗଲା , ଯଥା, କୃଷ୍ନଚୁଡ଼ା,ସୁନାରି ବଉଳ,ନିମ୍ବ ଓ ବେଲ ଇତ୍ୟାଦି। ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାକୁ ସଂଗଠନ ର ସଭାପତି ଶ୍ରୀଯୁକ୍ତ ଆଦିତ୍ୟ ମହାପାତ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା। ସଭାପତି ତାଙ୍କ ଅଭିଭାଷଣ ରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ବୃକ୍ଷରୋପଣ ର ଆବଶ୍ୟକତା ଓ ଉପଯୋଗିତା ବିଷୟ ରେ ପ୍ରାଞ୍ଜଳ ଭାବେ ବୁଝେଇ କହିଥିଲେ। ତାପରେ ଉପସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପ୍ରଧାନ ତାଙ୍କ ବକ୍ତବ୍ୟ ରେ ରାଉରକେଲା ପରି ଶିଳ୍ପାଞ୍ଚଳ ରେ ବୃ୍ଷରୋପଣ ଯେ କେତେ ଜରୁରୀ ସେ ବିଷୟରେ ବିସ୍ତୃତ ଭାବେ ବୁଝାଇ କହିଥିଲେ। ଶ୍ରୀ ଲିମା ତାଙ୍କ ଅଭିଭାଷଣ ରେ ବୁଝାଇ କହିଥିଲେ ଯେ ଜନସଂଖ୍ୟା ଓ ବ୍ୟାପକ ଶିଳ୍ପାୟନ ଦ୍ବାରା ଅମ୍ଳଜାନ ର ଆବଶ୍ୟକତା ଆଗାମୀ ଦିନ ରେ କେତେ ବୃଦ୍ଧି ପାଇବାକୁ ଯାଉଛି। ସେ ବୁଝାଇ କହିଥିଲେ, ଗୋଟେ ଅମ୍ଳଜାନ ସିଲିଣ୍ଡର ର ଦାମ୍ ତୁଳନା ରେ ଗୋଟେ ବୃକ୍ଷ ରୁ ପାଉଥିବା ଅମ୍ଳଜାନ ର ଦାମ୍ କେତେ କମ୍, କହିବାକୁ ଗଲେ ତାହା ଆମକୁ ମାଗଣା ରେ ମିଳୁଛି। ସେ ମଧ୍ୟ ସୂଚନା ଦେଇଥିଲେ, କେଉଁ ଗଛ ରୁ ଆମକୁ କେତେ ପରିମାଣ ର ଅମ୍ଳଜାନ ମିଳେ, ଆଉ ତା ସହ ମାଗଣା ରେ ଛାଇ ଓ ପର୍ଯ୍ୟାବରଣ ସୁରକ୍ଷା ମଧ୍ୟ ମିଳେ। ୟୁଜିଆଇ ଅଧ୍ୟକ୍ଷା ଶ୍ରୀମତୀ ପ୍ରଗତି ଦାସ ଆଲୁମିନୀ ର ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଭୂୟସୀ ପ୍ରଶଂସା କରିଥିଲେ ଓ ଏହି କାର୍ଯ୍ୟକ୍ରମ ପାଇଁ, ଆମ ଅନୁଷ୍ଠାନ ର ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି ଓ ସାମଗ୍ରିକ ବିକାଶ ପାଇଁ ସଂଗଠନ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ, ଏବଂ ଭବିଷ୍ୟତ କାର୍ଯ୍ୟକ୍ରମ ରେ ତାଙ୍କ ଅନୁଷ୍ଠାନ ର ଭରପୁର ସହଯୋଗ ର ଆଶ୍ୱାସନା ମଧ୍ୟ ଦେଇଥିଲେ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ଯେ ନିଜେ ମଧ୍ୟ ଏହି ଅନୁଷ୍ଠାନ ର ପ୍ରାକ୍ତନ ଛାତ୍ର, ନିଜର ଅଭିଜ୍ଞତା ବର୍ଣ୍ଣନା କଲେ ଏବଂ ଏହିପରି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସେ ଯେ କେତେ ଗୌରବନ୍ଵିତ ଅନୁଭବ କରୁଛନ୍ତି ତାହା ବର୍ଣ୍ଣନାତୀତ ବୋଲି କହିଥିଲେ। ଅନୁଷ୍ଠାନ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସମ୍ପୂର୍ଣ୍ଣ ସମର୍ପିତ ବୋଲି ଆଶ୍ୱାସନା ଦେଇଥିଲେ।
ସମ୍ପାଦକ ଶ୍ରୀ ଶୁଭେନ୍ଦୁ ପଣ୍ଡା ଆଗାମୀ ଦିନ ମାନଙ୍କ ରେ ସଂଗଠନ ର କାର୍ଯ୍ୟକଳାପ ଆହୁରି ସମ୍ପ୍ରସାରିତ କରିବାର ସୂଚନା ଦେଇ କହିଥିଲେ
ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ସବୁଜ ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ଯୁବ ମାନସର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା | ଆମେ ବିଶ୍ୱାସ କରୁ ଯେ ଛାତ୍ରମାନଙ୍କୁ ଏହିପରି କାର୍ଯ୍ୟକଳାପରେ ଜଡିତ କରିବା କେବଳ ପରିବେଶ ସଂରକ୍ଷଣର ମହତ୍ତ୍ଵ ବିଷୟରେ ସେମାନଙ୍କୁ ବୁଝାଏ ନାହିଁ ବରଂ ସମାଜ ପ୍ରତି ସେମାନଙ୍କୁ ଦାୟିତ୍ୱଶୀଳ କରିଥାଏ।
ସଭା ଟି ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଜୟନ୍ତ କୁମାର ରାଉତରାୟ ଓ ଏହି କାଯ୍ୟକ୍ରମ କୁ ଲଳିତେନ୍ଦୁ ମିଶ୍ର,ସଜଳ ବାନାରଜୀ, ବୀରେନ୍ଦ୍ର ମହାନ୍ତି, ପଞ୍ଚାନନ ବେହେରା,ତାପସ ଜେନା, ଅନାଦି ବିଶ୍ୱାଳ, ସୁଶାନ୍ତ ବଳ,ପ୍ରଭାତ ତ୍ରିପାଠୀ,ମନୋଜ ମହନ୍ତ , ଭଞ୍ଜ ଜେନା, ଜଗନ୍ନାଥ ଜେନା, ଦିଲୀପ ମହାପାତ୍ର, ଧନେଶ୍ୱର ନନ୍ଦ, ଦେବାଶିଷ ସାମନ୍ତ, ଛବିତା ଦାସ, ଓରିସନ ଟପ୍ପୋ, ସତ୍ୟ ନାରାୟଣ ଦାସ, ରତ୍ନାକର ଖଣ୍ଡୁଆଳ, ଜିତେନ୍ଦ୍ର ସାହୁ, ସରୋଜ ସାହୁ, କେଦାର ନାଥ ପାଢ଼ୀ ଓ ଶ୍ରୀନିବାସ ସାହୁ ଇତ୍ୟାଦି ସଫଳ କରିବାରେ ସାହାଯ୍ୟ ଓ ସହଯୋଗ କରିଥିଲେ |