ନବ ନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତଥା ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ସନତ ଗଡତିୟା ଙ୍କ ଆଜି ବରପାଲି ଗସ୍ତ କରି ବ୍ଲକ ଅଫିସ କୁ ଯାଇ ସରକାରୀ ଯୋଜନା ସବୁ କୁ ତୁରନ୍ତ କାର୍ଯକାରୀ କରିବା ସହ ଅଯଥା ନୀରିହ ଲୋକ ଯେମିତି ହଇରାଣ ନ ହେବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇ ଥିଲେ ।
ଏହି ଅବସରରେ ବରପାଲି ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ନିକଟ ରେ ବରପାଲି ସାମ୍ବାଦିକ ସଂଘ କୁ ମିଳି ଥିବା ଜାଗା ରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଉଭୟେ ସାଂସଦ ଓ ବିଧାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ଡକ୍ଟର ପ୍ରଭାସ କୁମାର ସିଂହ, ବରପାଲି ତହସିଲଦାର ରୁକ୍ମଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ବରପାଲି ସାମ୍ବାଦିକ ସଂଘ ର ସଭାପତି ଚିତ୍ତ ରଞ୍ଜନ ସାହୁ ଙ୍କ ସମେତ ସଂଘ ର ସମସ୍ତ ସଭ୍ୟ କାର୍ଯକ୍ରମ ରେ ଯୋଗ ଦେଇଥିଲେ। ସାଂସଦ ପ୍ରଦୀପ ପୁରୋହିତ ପ୍ରଥମେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପହଞ୍ଚି କର୍ମୀ ତଥା ବିଭିନ୍ନ ସରକାରୀ ଅଫିସର ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏଥିରେ ସରକାରୀ ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା, ସି ଡି ପି ଓ, ବି ଇ ଓ ମୁକୁନ୍ଦ ମାହାର ଙ୍କ ସମେତ ବରପାଲି ବଣିକ ସଂଘ ସଭାପତି ଅଶୋକ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ବଣିକ ସଂଘ ର ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ବରପାଲି ଓକିଲ ସଂଘ, ସନାତନି ବ୍ରାହ୍ମଣ ସମାଜ, ଭୁଲିଆ ସମାଜ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଏଥ ଲେଟିକ ଏସୋସିଏସନ୍, ଗଙ୍ଗାଧର ମେହେର କ୍ଲବ, ସରସ୍ଵତୀ ମହିଳା ସଂଘ ଆଦି ଅନୁଷ୍ଠାନ କୁ ଯାଇ ସଭ୍ୟ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ କୁ ବିଜେପି ନଗର ମଣ୍ଡଳ ସଭାପତି ପଦ୍ମ ଲୋଚନ ସାହୁ ପରିଚାଳନା କରିଥିଲେ ।