ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ରାଉଲକେଲା ଇସ୍ପାତ କାରଖାନା ନିର୍ବାହୀ ନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ପ୍ରଦାନ
ରାଉରକେଲା। ତା ୧୭.୦୭.୨୦୨୪ । ଭାରତୀୟ ଜନତା ପାର୍ଟି ପାନପୋଷ ସାଂଗଠନିକ ଜିଲ୍ଲାର ପ୍ରତିନିଧୀ ମଣ୍ଡଳୀ , ଆଜି ରାଉଲକେଲା ଇସ୍ପାତ କାରଖାନା ନିର୍ବାହୀ ନିର୍ଦ୍ଦେଶକ ( ଯୋଜନା) ଦାୟିତ୍ବରେ ଥିବା ନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ତରୁଣ ମିଶ୍ରଙ୍କୁ ଭେଟି ଆଜି ଏକ ସ୍ମାରକ ପତ୍ର ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା ପ୍ରଦାନ କରିଛନ୍ତି । ଏହି ପତ୍ରରେ ଇସ୍ପାତ ନଗରୀର ବସ୍ତି ବାସିନ୍ଦାମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଉଥିବା ଦର୍ଶ ଯାଇଛି । ଏଥିରେ ରାସ୍ତା ଘାଟର ମରାମତି, ପାଣି ନିସ୍କାସନ ପାଇ ନାଳ, ପିଇବା ପାଇଁ ପାନୀୟ ଜଳ, ଆବଶ୍ୟକ ସ୍ଥାନରେ ନଳ କୁପ , ବିଦ୍ୟୁତ ସଂଯୋଗ ଆଦି ଆବଶ୍ୟକତା ପାଇଁ ଉଲ୍ଲେଖ କରାଯାଇଛି । କିଛିଦିନ ତଳେ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ସେକ୍ଟର ୧୪ ର ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ଘର ଘର ବୁଲି ପ୍ରଭାବିତ ପରିବାର ବର୍ଗଙ୍କୁ ଭେଟି ଥିଲେ । ସମସ୍ତେ ନିଜକୁ ଓ ପରିବେଶକୁ ଡେଙ୍ଗୁ କବଳରୁ ମୁକ୍ତି ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଡେଙ୍ଗୁ ଯେପରି ଆଗକୁ ନ ଵ୍ୟାପିବ ତାର ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ରଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଏହା ଉପରେ ଅଧିକାରୀଙ୍କ ସହିତ ଆଲୋଚନା କରି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ବୋଲି ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ପ୍ରକାଶ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।