info@reportersclub.in


By Reporter's Club   Jul, 24 2024,  04:07:44

ODISHA, BARAGARH, Subodh Kumar Sahu, ID NO-55030

କୃଷି ବିଭାଗ ଦ୍ଵାରା ୧୦ ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସିଡ ମନୀ ବଣ୍ଟନ

ଅଦ୍ୟ ତା: ୨୪.୦୭.୨୦୨୪ ରିଖ ଦିନ ବରଗଡ ଜିଲ୍ଲା ସୋହେଲା ବ୍ଳକର ବ୍ଳକ କୃଷି କାର୍ଯ୍ୟାଳୟ ଠାରେ କୃଷି ଓ ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୋଗ୍ୟ ୧୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଯଥା 
୧. ମାଁ ଗାୟତ୍ରୀ ଏସ.ଏଚ. ଜି ବାଇପାଲି,
 ୨. ମାଁ ଦୁର୍ଗା ଏସ.ଏଚ.ଜି. ସ୍ରିଗିଡ଼ା
୩. ଜୟ ମାତା ଦି ଏସ୍.ଏଚ୍.ଜି. ସାଧୁପାଲି
୪. ମାଁ ଚନ୍ଦ୍ରାସେନି ଏସ୍ .ଏଚ୍. ଜି. ଚକବାହାଲ
୫. ସୁବର୍ଣ୍ଣରେଖା ଏସ୍.ଏଚ୍. ଜି. ସାହାଜବାହାଲ 
୬. ସରସ୍ଵତୀ ଏସ୍ ଏଚ୍. ଜି. ଗର୍ଭଣା
୭. ମାଁ ତୁଳସୀ ଏସ.ଏଚ୍.ଜି. ଭାତବିଡ଼ା
୮. ମାଁ ଲକ୍ଷ୍ମୀ ଏସ୍.ଏଚ୍.ଜି. ରେଙ୍ଗାଳି
୯. ମାଁ ସମଲେଶ୍ବରୀ ଏସ୍.ଏଚ୍. ଜି. ରେଙ୍ଗାଳି
୧୦. ବଜରଙ୍ଗବଳି ଏସ୍.ଏଚ୍.ଜି. ବ୍ରାହ୍ମଣୀଡ଼ିହି  
ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ସୋହେଲା କୃଷି ବିଭାଗ (ATMA) ତରଫରୁ ଟ ୧୦,୦୦୦ ଙ୍କା (ଦଶହଜାର) ଲେଖାଏଁ ସିଡ ମନୀ ବାବଦ କୁ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୋହେଲା ର ବ୍ଳକ କୃଷି ଅଧିକାରୀ ଶ୍ରୀମତୀ  ନିତାଞ୍ଜଳି ବିଶି , ତହସିଲଦାର ଶ୍ରୀ ଶୁଭରଞ୍ଜନ ନାୟକ, ବି.ଏଫ୍.ଏ.ସି. ଚ୍ୟାରମେନ୍ ଶ୍ରୀ ନିଲାଞ୍ଚଳ ନାୟକ, ବି.ଭି.ଓ. ଡ଼. ସଂଜୀବ କୁମାର ପାତ୍ର, ବ୍ଳକ ସହକାରି କୃଷି ଅଧିକାରୀ ଶ୍ରୀ ଅଭିସେକ ଅଗ୍ରୱାଲ ଓ ଶ୍ରୀ ଆଦର୍ଶ କୁମାର ସାହୁ ଦ୍ୱୟ ଉପସ୍ଥିତ ଥିଲେ ।ଏହା ସ୍ଵଂୟ ସହାୟକ ସଦସ୍ୟମାନଙ୍କର କ୍ରେଡିଟ୍ ଏବଂ ବିନିଯୋଗ ମୂଲ୍ୟବୋଧ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ ଏବଂ ସେମାନଙ୍କର ଗ୍ରୁପ୍ କର୍ପସ୍ ବୃଦ୍ଧି କରି ବ୍ୟାଙ୍କ ଲିଙ୍କେଜ୍ ପାଇବାରେ ସାହାଯ୍ୟ କରିବ ବୋଲି କୃଷି ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ l