info@reportersclub.in


By Reporter's Club   Jul, 25 2024,  04:07:44

ODISHA, ANGUL, RUDRA MOHAN SAHU, ID NO-55017

ଲଗାଣ ବର୍ଷାରେ କହେଁଇ ନଗର ଜଳାମଗ୍ନ

ଅନଗୁଳ: ବଅଁରପାଳ  ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମର କହେଁଇ ନଗରରେ ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ ରାସ୍ତା ଘାଟ ପାଣି ଭରିଯାଇଛି l ତିରିଶି ରୁ ଚାଳିଶି ପରିବାର ସମ୍ପୂର୍ଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି l ପାଣି ନିଷ୍କାସନ ପାଇଁ ସୁବିଧା ନଥିବାରୁ ଏହିପରି ଅବସ୍ଥା ପ୍ରତ୍ୟେକ ବର୍ଷ ଭୋଗିବାକୁ ପଡୁଛି ବୋଲି କୁହାଯାଉଛି l ସ୍ଥାନୀୟ ଲୋକ ନିଜ ଘର ସାମନାରେ ମାଟି ପକାଇ ଉଚ୍ଚା କରିଦେଉଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା କଥା ମଧ୍ୟ ଶୁଣିବାକୁ ମିଳୁଛି l ଏଠାରେ ସୂଚନା ଥାଉକି କୁନି କୁନି ପିଲାମାନେ ସ୍କୁଲ ଯିବା ଆସିବା ଏକରକମ ବନ୍ଦ ହୋଇଯାଇଛି l ସାଧାରଣ ଜନତା ମୌଳିକ ଆବଶ୍ୟକତା ପୁରାଣ ପାଇଁ ବାହାରକୁ ବାହାରିବା କଷ୍ଟକର ହୋଇ ପଡିଛି l।