ରାଉରକେଲା ଅବକାରୀ ବିଭାଗର ନାକ ତଳେ ଚାଲିଛି ମଦ-ଗଞ୍ଜେଇ ତଥା ଅନ୍ୟାନ୍ୟ ଅବକାରୀ ସାମଗ୍ରୀର ବେଆଇନ ଚାଲାଣ ଓ ବିକ୍ରି l କାରଣ କଣ ? କଣ ଅବକାରୀ ବିଭାଗ ଜାଣିପାରୁନି ନାଁ ଜାଣି ଅଜଣା ଅଛି l ମଝିରେ ମଝିରେ ଛୋଟମୋଟ ଗୋଟ-ଏଧେ ଦେଶୀ ବା ବିଦେଶୀ ମଦ ବା ଗଞ୍ଜେଇ ଧରି ବିଭାଗ କାମ କରୁଛି ବୋଲି ଡିଣ୍ଡିମ ପିଟି ନିଜ ବିଭାଗର ଅସ୍ତିତ୍ୱକୁ ବଞ୍ଚେଇବାକୁ ଚେଷ୍ଟା କରୁଛି l
ରାଉରକେଲାର ଓ ଆଖପାଖ ଅଞ୍ଚଳର ବିଭିନ୍ନ ଢ଼ାବା ଓ ରେସ୍ତୁରାଁ ରେ ବେଧଡ଼କ ଚାଲିଛି ଚୋରା ମଦ ବିକ୍ରି l ସେ ବି ଚଢା ଦର ରେ l କେତେବେଳେ ପାଖ ଠିପି ବନ୍ଦ ମଦ ଦୋକାନରୁ ତ କେତେବେଳେ ପଡୋଶୀ ରାଜ୍ୟରେ ତିଆରି ହେଉଥିବା ନକଲି ମଦ, ଖୁଲମଖୁଲା ବିକ୍ରି କରାଯାଏ l ସ୍ଥାନୀୟ ବାର ଗୁଡିକରେ ଚଢା ଦର ରେ ମଦ-ଚଖାଣା ବିକ୍ରି ହେଉଥିବାରୁ ବିନା ଲାଇସେନ୍ସ ଵାଲା ଢାବାର ଚାହିଦା ବଢିବା ସ୍ୱାଭାବିକ l ଅନ୍ୟପଟେ କେହି ତ ଚେକିଙ୍ଗ କରିବାକୁ ଆସନ୍ତିନି, ତେଣୁ ଅସୁବିଧା କଣ ? ସବୁଠୁ ବଡ ଆଶ୍ଚର୍ଯ୍ୟର କଥା, ଏ ବିଷୟ ଜଗିବା ଦାୟିତ୍ୱରେ ଥିବା ଅବକାରୀ ବିଭାଗ ଏନେଇ କିଛି ଜାଣି ପାରୁନାହାନ୍ତି l ସମସ୍ତଙ୍କୁ ଜଳଜଳ କରି ଦେଖାଯାଉଥିବା ଚୋରୀ, ଅବକାରୀ ବିଭାଗ ନଜର କୁ ନଆସିବା ନିଶ୍ଚିତ ଭାବେ ବିଭାଗୀୟ ବଡ଼ପଣ୍ଡା ମାନଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି l
ସୂତ୍ର ଅନୁଯାୟୀ, ରାଜ୍ୟରେ ନୂତନ ସରକାର ଆସିବା ପରେ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଉରକେଲାର କିଛି ଅନ୍ତରଙ୍ଗ ବନ୍ଧୁ, ରାଉରକେଲା ଅବକାରୀ ବ୍ୟବସ୍ଥା ଉପରେ ମନ୍ତ୍ରୀ ମହୋଦୟଙ୍କୁ ଅବଗତ କରାଇଛନ୍ତି l ତେବେ ଦେଖିବାକୁ ବାକି ରହିଲା, କଣ ହେଇଛି କାର୍ଯ୍ୟାନୁଷ୍ଠାନ...