info@reportersclub.in


By Reporter's Club   Aug, 02 2024,  01:08:57

ODISHA, ROURKELA, Manoj Satapathy, ID NO-55010

ବ୍ଲକ PC @ 14% ବନ୍ଦ !

ବ୍ଲକ PC @ 14% ବନ୍ଦ !
 
ଗାଁ ଗାଁରେ ପ୍ରତେକ ଦିନ କିଛି ନା କିଛି ଉନ୍ନୟନମୂଳକ କାମ ଦେଖିବାକୁ ମିଳିଥାଏ l ବଡ଼ ବଡ଼ କାମ ଟେଣ୍ଡର ମାଧ୍ୟମରେ ତ ଛୋଟ ଛୋଟ କାମ ସିଧାସଳଖ ଡିପାର୍ଟମେଣ୍ଟ ମାଧ୍ୟମରେ l ଅର୍ଥାତ ଠିକାଦାର କରନ୍ତି, ମାତ୍ର ବିଲ ହୁଏ କନିଷ୍ଠ ଯନ୍ତ୍ରୀଙ୍କ ନାଁରେ l ସରକାର କେହିବି ଥାଆନ୍ତୁ, ଉନ୍ନୟନ କାମ ତା ବାଟରେ ଚାଲିଥାଏ l

ସ୍ଥାନୀୟ ଅଞ୍ଚଳର ବା ବେଳେ ବେଳେ ବାହାରୁ ଆସିଥିବା ଠିକାଦାରମାନେ ଏହି ଉନ୍ନୟନ କାମକୁ ତ୍ୱରାନ୍ୱିତ କରିଥାନ୍ତି l ମାତ୍ର ଏଥିପାଇଁ ସେମାନଙ୍କୁ କିଛି ସରକାରୀ ଅଧିକାରୀ ଓ ପଂଚାୟତରାଜ ବ୍ୟବସ୍ଥାର କିଛି ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋଟା ଅଙ୍କରେ ହାତଗୁଞ୍ଜା ଦେବାକୁ ପଡିଥାଏ l ତା'ପରେ ବିଭିନ୍ନ ସରକାରୀ ଟ୍ୟାକ୍ସ l ବ୍ୟବସ୍ଥିତ ହାତଗୁଞ୍ଜା, ସରକାରୀ ଟ୍ୟାକ୍ସ ଓ ଠିକାଦାରଙ୍କ ମୁନଫା, ଏ ସବୁ ଗଲାପରେ ଯାହା ବଳେ, ସେହିଥିରେ ହିଁ ଉନ୍ନୟନ ହୋଇଥାଏ ସ୍ଥାନୀୟ ଅଞ୍ଚଳର l ତେଣୁ ପାଠକେ ଠିକ ବୁଝି ପାରୁଥିବେ ସରକାର ପଠାଉଥିବା ୧00 ଟଙ୍କାର କେତେ ଟଙ୍କା ଗାଁ ଉନ୍ନୟନରେ ଲାଗେ l

ଆଜି ଆମେ ଚର୍ଚ୍ଚା କରିବା ଏହି ତଥାକଥିତ "PC ବ୍ୟବସ୍ଥା" ଉପରେ l PC ମାନେ ହେଲା "ପରସେଣ୍ଟଜ କମିଶନ" l ଜଣେ ଠିକାଦାର ଗୋଟେ କାମ କଲେ କେଉଁ କେଉଁ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କର PC ରେ ଭାଗ ଥାଏ, ତାର ଏକ ହିସାବ ଆମେ ଆପଣଙ୍କ ପାଖରେ ରଖୁଛୁ l ଭାଗ-ମାପରେ ଯଦି ସାମାନ୍ୟ କିଛି ଭୁଲ ଥିବ, ତେବେ ପାଠକେ ଆମକୁ କ୍ଷମା କରିବେ ଏବଂ ଯଦି କୌଣସି ଅଧିକାରୀ ବା ନିର୍ବାଚିତ ପ୍ରତିନିଧିଙ୍କ ଭାଗରେ ଆମେ କିଛି କମ-ବେଶି ଲେଖିଦେଇଛୁ, ସେଥିପାଇଁ ବି ଆମେ କ୍ଷମାପ୍ରାର୍ଥୀ l ତେବେ ନିମ୍ନରେ ରହିଲା ସେ ଭାଗ-ମାପ ର ହିସାବ...
ଦାୟିତ୍ୱ
ବ୍ଲକ ସ୍ତରରେ PC
ପଞ୍ଚାୟତ ସ୍ତରରେ PC
ଚେୟାରମ୍ୟାନ
2 %
2 %
ଭାଇସ-ଚେୟାରମ୍ୟାନ
NIL
NIL
ଜିଲ୍ଲା ପରିଷଦ ସଭ୍ୟ
NIL
NIL
ସରପଞ୍ଚ
NIL
2 %
ସମିତିସଭ୍ୟ
NIL
NIL
ୱାର୍ଡ ମେମ୍ବର
NIL
NIL
ବିଡ଼ିଓ
2 %
2 %
ଏବିଡ଼ିଓ (ବେଳେବେଳେ)
1 %
1 %
ସହକାରୀ ଯନ୍ତ୍ରୀ
2 %
2 %
କନିଷ୍ଠ ଯନ୍ତ୍ରୀ
5 %
5 %
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
NIL
3-5 %
ବ୍ଲକ ବଡଵାବୁ
1 %
NIL
ବ୍ଲକ କ୍ୟାସିଆର
1 %
NIL
ବ୍ଲକ କମ୍ପୁଟର ଅପରେଟର
0.5 %
NIL
 
ହିସାବ କୌଣସି ସରକାରୀ ନିୟମ ପୁସ୍ତିକାରେ ଲେଖାନାହିଁ, ମାତ୍ର ସାରା ଓଡ଼ିଶାରେ ବର୍ଷ ବର୍ଷ ଧରି ଏହି ନିୟମର ନିର୍ଭୁଲ ପାଳନ ଦେଖିବାକୁ ମିଳିଛି l ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭାଗର ପ୍ରମୁଖ ସଚିବ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି l ତଥାପି ସମସ୍ତେ ଚୁପ l ଏହି PC କାରବାର ଆଉ ଚୋରୀରେ ଗଣାଯାଏ ନାହିଁ ବରଂ ଏକ ଅଲିଖିତ ସରକାରୀ ବ୍ୟବସ୍ଥା l ଏକ ପ୍ରାକ୍ଟିସ....

ତଥାପି ବର୍ଷକୁ ଥରେ ଅଧେ ବଡ ଉତ୍ସାହର ସହିତ ବ୍ଲକରେ ସେହି ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ ଛତ୍ରଛାୟାରେ ପାଳନ ହୁଏ "ଭିଜିଲାନ୍ସ ସପ୍ତାହ" l ବାଃ ରେ ବାଃ ବ୍ୟବସ୍ଥା !

ଆଶାକରୁ ନୂଆ ସରକାର, "ପରିବର୍ତ୍ତନର ସରକାର", ସରକାରଙ୍କ ଏହି ଅଲିଖିତ ବିଧାନକୁ ପରିବର୍ତ୍ତନ କରି ଏକ ନୂଆ ଅଧ୍ୟାୟ ଲେଖିବେ l