info@reportersclub.in


By Reporter's Club   Aug, 03 2024,  08:08:32

ODISHA, ANGUL, RUDRA MOHAN SAHU, ID NO-55017

'ଶେଷ ଜୀବନ ସାଥି ' ଅନୁଷ୍ଠାନର ପ୍ରତିଷ୍ଠା ଦିବସ

ଅନୁଗୁଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ଶେଷ ଜୀବନ ସାଥି' ପକ୍ଷରୁ ଏହାର ୨'ତମ ପ୍ରତିଷ୍ଠା ଦିବସ ପାଳନ କରା ଯାଇଥିଲା l ପ୍ରଥମେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା' ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା ଓ ଜାତୀୟ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅଞ୍ଚଳର ବରିଷ୍ଠ ନାଗରିକ, ଶିକ୍ଷାବିତ, ଅଞ୍ଚଳର ପୂର୍ବତନ ସରପଞ୍ଚ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରା ଯାଇଥିଲା l ଏହି ଅବସରରେ 'ମାନବ ସେବା, ମାଧବ ସେବା ' ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଶିକ୍ଷାବିତ ନରେଶ ଚନ୍ଦ୍ର ସାହୁ, ଦେବହରି ସାହୁ, ଲୋକନାଥ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ କୁମାର ଗଡ଼ନାୟକ, ସ୍ବେଚ୍ଛାସେବୀ ଚିନ୍ମୟୀ ଦାସ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିତୀ ଶତପଥୀ ଙ୍କ ସମେତ ନିମନ୍ତ୍ରିତ ଅତିଥି ମାନେ ଏଥିରେ ଭାଗନେଇ ନିଜନିଜର ସୁଚିନ୍ତିତ ମତାମତ ଦେବାସହ ଅନୁଷ୍ଠାନର ଆଦର୍ଶକୁ ଭୁୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ସମସ୍ତ ନିମନ୍ତ୍ରିତ ଅତିଥି, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କଲମ ପ୍ରଦାନ ସହ ଖେଚୁଡ଼ି, ଡାଲମା, ଖଟା ଦ୍ୱାରା ଆପ୍ୟାୟିତ କରା ଯାଇଥିଲା l   ସୂଚନାଯୋଗ୍ୟଯେ ଏହି ସ୍ବେଚ୍ଛାସେବୀ ସଂଗଠନ ବିଗତ ଦୁଇ ବର୍ଷ ହେଲା ଅଞ୍ଚଳରେ ବୃକ୍ଷରୋପଣ ସହ କେହି ଗରିବ ଓ ନିଃସହାୟଙ୍କ ପରଲୋକରେ ଶବଦାହ ପାଇଁ ମାଗଣାରେ କାଠ ଯୋଗାଇବା, ସ୍ମଶାନରେ ଉପସ୍ଥିତ ରହି ଶବଦାହରେ  ସହଯୋଗ କରିବା ଓ  ଅନ୍ତେଷ୍ଟିକ୍ରିୟାରେ ଯଥାସମ୍ଭବ ଆର୍ଥିକ ସହଯୋଗ ସହ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରି ଆସୁଛନ୍ତି l