ରାଉରକେଲା, ଗତ ତିନି ଦିନ ତଳେ ଜିଏସଟି ଗୁଇନ୍ଦା ବିଭାଗ ତରଫରୁ ପାନପୋଷ ସ୍ଥିତ ହର୍ଷିଲ ହଣ୍ଡା କମ୍ପାନୀରେ ରେଡ କରାଯାଇଥିଲା l ଆଶ୍ଚର୍ଯ୍ୟର କଥା ଏହି ରେଡ ବିଷୟରେ କୌଣସି ଗଣମାଧ୍ୟମ କିଛି ବି ସୁରାକ ପାଇ ପାରି ନଥିଲେ l ରେଡ ଖବରକୁ ସମ୍ପୂର୍ଣ୍ଣ ଚାପି ଦେବାକୁ ଚେଷ୍ଟା କରାଯାଇ ଥିଲା l କାରଣ ବି ବେଶ ମଜେଦାର l ଜିଏସଟି ଗୁଇନ୍ଦା ବିଭାଗ ରେଡ କରିବାକୁ ଯାଇଥିବା ହର୍ଷିଲ ହଣ୍ଡା କମ୍ପାନୀର ମାଲିକ ହେଉଛନ୍ତି ରାଉରକେଲାର ପ୍ରତିଷ୍ଠିତ ବେପାରୀ ବଂଶଲ ପରିବାର ର ସଦସ୍ୟ l ଅନ୍ୟପକ୍ଷରେ ସେହି ବଂଶଲ ପରିବାର ର ଏକ ତିନି ମହଲା କୋଠା ଭିତରେ ରହିଛି ରାଉରକେଲା ର ଜିଏସଟି ଭବନ l ଜିଏସଟି ଗୁଇନ୍ଦା ବିଭାଗ, ବଂଶଲ ପରିବାର ଓ ଜିଏସଟି ବିଭାଗର ସମ୍ପର୍କ ବିଷୟରେ ଅବଗତ ହେବା ଆଗରୁ ରେଡ ଆରମ୍ଭ ହୋଇ ସାରିଥିଲା l ବୋଧ ହୁଏ ସେଥିପାଇଁ ଏହି ରେଡ କୁ ସମ୍ପୂର୍ଣ୍ଣ ଗୁପ୍ତ ରଖାଗଲା ଏବଂ ରେଡ ପରେ ମିଡ଼ିଆ ବ୍ରିଫିଙ୍ଗ କରାଗଲା ନାହିଁ l
ତଥାପି ସୂତ୍ର ଅନୁଯାଇ କୁଆଡେ ହର୍ଷିଲ ହଣ୍ଡା କମ୍ପାନୀ ପାଖାପାଖି ୭୫ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ଅନୁମାନ କରାଯାଉଛି l ରେଡ ସମୟରେ କଂପାନୀ କୁଆଡେ କୋଡିଏ ଲକ୍ଷ ଟଙ୍କା ପେମେଣ୍ଟ କରିଥିବା ବେଳେ ଠକିଥିବା ବାକି ଟଙ୍କା ପ୍ରଦାନ କରିବାକୁ ଜିଏସଟି ବିଭାଗରୁ କିଛି ସମୟ ମାଗିଛନ୍ତି l
ଏହି ଜିଏସଟି ରେଡକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି l କିଏ କହୁଛନ୍ତି ୭୫ ଲକ୍ଷ ନୁହେଁ ବେଶି ଟଙ୍କାର ଠକେଇ ହୋଇଥିବ, ତ ଆଉ କିଏ ନିଜେ ବଂଶଲ ପରିବାର ଏହି ରେଡ କରାଇଥାଇ ପାରନ୍ତି ବୋଲି କହୁଛନ୍ତି l ତଥାପି, ସତ କେବେ ଲୁଚେନି, ସମୟ କ୍ରମେ ସତ ନିଶ୍ଚିତ ବାହାରକୁ ଆସିବ l
ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି କି ଜଣେ ଜିଏସଟି ଠକ ଙ୍କ ଘରେ ଜିଏସଟି କାର୍ଯ୍ୟାଳୟ ବର୍ଷ ବର୍ଷ ଧରି ରହିବା କେତେଦୂର ଯୁକ୍ତିଯୁକ୍ତ l ବଂଶଲ ପରିବାର ର ଜେପି ହସ୍ପିଟାଲ ସହିତ ଆହୁରି ୬/୭ ଟି କମ୍ପାନୀ ରହିଛି l ଯଦି ବଂଶଲ ପରିବାର ର ଗୋଟେ କମ୍ପାନୀ ହର୍ଷିଲ ହଣ୍ଡାରେ ଜିଏସଟି ଠକେଇ ଧରାପଡ଼ିଲା ତେବେ ଅନ୍ୟ ୬/୭ କମ୍ପାନୀରେ ରେଡ କାହିଁକି ରେଡ ହେଉନାହିଁ l ଏ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା...